Latest Odisha News

BREAKING NEWS

ପୂର୍ବତନ ରାଷ୍ଟ୍ରପତି ‘ଅବଦୁଲ କଲାମ’ଙ୍କ ଆଜି ଜନ୍ମଦିବସ

ଭୁବନେଶ୍ୱର: ଭାରତବର୍ଷରେ ଏଭଳି ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି ଯାହାଙ୍କ ଅକଥନୀୟ ତ୍ୟାଗ, କର୍ତ୍ତବ୍ୟପରାୟଣତା ତଥା ନିଃସ୍ୱାର୍ଥପର ବଳିଦାନ ପାଇଁ ସେମାନଙ୍କ ଆଗରେ ଶ୍ରଦ୍ଧା ଓ ଭକ୍ତିରେ ମୁଣ୍ଡ ଆପେଆପେ ନଇଁ ଯାଏ ।

ଭାରତର ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ବୈଜ୍ଞାନିକ ‘ଏପିଜେ ଅବଦୁଲ କଲାମ’ ଅନ୍ୟତମ । ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ କଲାମଙ୍କୁ ମିଳିଛି ‘ମିସାଇଲ ମ୍ୟାନ୍’ର ଆଖ୍ୟା।

କି ହିନ୍ଦୁ କି ମୁସଲମାନ ନିଜର ସରଳ ତଥା ଶାନ୍ତ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ସେ । ସେହି ମାହାନ ପୁରୁଷଙ୍କର ଆଜି ହେଉଛି ୮୮ତମ ଜନ୍ମତିଥି ।

ତାମିଲନାଡୁର ରାମେଶ୍ୱରଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ନେଇଥିଲେ କଲାମ । ଗରିବ ପରିବାରର ଏହି ପିଲାଟି ଦିନେ ସାରାଦେଶ ପାଇଁ ଆଦର୍ଶ ଓ ଗୌରବର ଉଦାହରଣ ପାଲଟି ଯିବ ତାହା ହୁଏତ କେହିବ କଳ୍ପନା କରିନଥିବେ । ପିଲାଟିବେଳୁ ସଂଘର୍ଷରେ ଜୀବନ ଅତିବାହିତ କରିଥିବା କଲାମ ପରବର୍ତ୍ତୀ ସମୟରେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ପାଲଟି ଯାଇଥିଲେ ।

ଭାରତୀୟ ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ ‘ମିସାଇଲ ମ୍ୟାନ୍’ ଭାବେ ସାରାଦେଶ ଜାଣିଛି । ଭାରତର ଅନେକ କ୍ଷେପଣାସ୍ତ୍ରକୁ ସଫଳତାର ଶିଖରରେ ପହଞ୍ଚାଇବା ପଛରେ ଏହି ମହମାନବଙ୍କର ରହିଛି ବିଶେଷ ଭୂମିକା । କଲାମଙ୍କ ଚେଷ୍ଟାରେ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଗଣାଗଲା ।

ଭାରତର ରାଷ୍ଟ୍ରପତି ଦାଇତ୍ୱକୁ ସୁଚାରୁରୂପେ ତୁଲାଇଥିବା ଭାରତ ମାତାର ଏହି ରତ୍ନ ୨୦୦୫ ମସିହା ଜୁଲାଇ ୨୭ ତାରିଖରେ ଫେରିଯାଇଥିଲେ ସେଇ ଅଫେରା ରାଇଜକୁ । ଶିକ୍ଷାଦାନକୁ ନିଜର ନିଶା ଭାବି ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟୁଥିବା ସମୟରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେ । ପୃଥିବୀରୁ ବିଦାୟ ନେଇସାରିଥିବା ଏହି ମହାମାନବ ଆଜିବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜୀବିତ ହୋଇ ରହିଛନ୍ତି ।

Leave A Reply

Your email address will not be published.