Latest Odisha News

ନୂତନ କୀର୍ତିମାନ ପାଇଁ ରୋହିତଙ୍କୁ ଆବଶ୍ୟକ ୬ ଛକା

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ କ୍ରିକେଟ ଟେଷ୍ଟ ଧର୍ମଶାଳାରେ ଖେଳାଯିବ । ଏହି ମ୍ୟାଚରେ ଭାରତର ଅଧିନାୟକ ତଥା ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୬୦୦ ଛକା ମାରି ରେକର୍ଡ କରିବା ପାଇଁ ତାଙ୍କୁ ଆବଶ୍ୟକ ହେଉଛି ଆଉ ୬ଟି ଛକା । ରୋହିତ ୫୯୪ ଛକା ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ କ୍ରିସ ଗେଲ(୫୫୩) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୋହିତ ୨୮୨ ଦିନିକିଆରେ ୩୨୩ ଛକା, ୫୮ ଟେଷ୍ଟରେ ୮୧ ଛକା ଓ ୧୫୧ ଟି୨୦ରେ ୧୯୦ ଛକା ମାରିଛନ୍ତି ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ରୋହିତ ୫୦ ଛକା ପାଇଁ ଗୋଟିଏ ବଡ ଶଟ ଆବଶ୍ୟକ କରୁଛନ୍ତି । ଏହି ତାଲିକାରେ ବେନ ଷ୍ଟୋକ୍ସ ୭୮ ଛକା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଚଳିତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ବିସ୍ଫୋରକ ବ୍ୟାଟିଂ ପାଇଁ ରୋହିତ ବିଶ୍ୱ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଗକୁ ଟି୨୦ ବିଶ୍ୱକପ ଆୟୋଜନ ହେବାକୁ ଥିବାରୁ ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ ଜାରୀ ରଖନ୍ତୁ ବୋଲି ପ୍ରଶଂସକମାନେ ଚାହୁଁଛନ୍ତି ।

Comments are closed.