Latest Odisha News

କୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ ଶାହାଜାନକୁ ସିବିଆଇକୁ ହସ୍ତାନ୍ତର କଲା ପଶ୍ଚିମବଙ୍ଗ ପୋଲିସ

କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ଶାହଜାହାନ ଶେଖଙ୍କୁ ନିଜ ହେପାଜତକୁ ନେଇଛି। ପଶ୍ଚିମବଙ୍ଗ ସରକାର ଶେଶଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟ ସୀମା ଧାର୍ଯ୍ୟ କରିଥିଲେ। ତୃଣମୂଳ କଂଗ୍ରେସ ଦ୍ୱାରା ନିଲମ୍ବିତ ହୋଇଥିବା ଶାହାଜାହାନ ଶେଖଙ୍କୁ ନିଜ ହେପାଜତକୁ ନେବା ପାଇଁ ସିବିଆଇ ଅଧିକାରୀଙ୍କ ଏକ ଟିମ୍ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲା।

ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାର ସିବିଆଇ ତଦନ୍ତ କରୁଛି ଏବଂ ଜାନୁଆରୀ ୫ ରେ ଘଟିଥିବା ଘଟଣା ସହ ଜଡିତ ତିନୋଟି ଏଫଆଇଆର ରୁଜୁ କରିଛି । ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଖାଦ୍ୟମନ୍ତ୍ରୀ ଜ୍ୟୋତି ପ୍ରିୟା ମଲ୍ଲିକଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଶାହାଜାନଙ୍କ ଘରେ ଇଡି ଅଧିକାରୀମାନେ ଚଢ଼ାଉ କରିବାକୁ ସନ୍ଦେଶଖାଲି ଯାଇଥିଲେ। ଏହି ସମୟରେ ଇଡି ଅଧିକାରୀଙ୍କ ଉପରେ ଶାହାଜାନଙ୍କ ସମର୍ଥକ ଆକ୍ରମଣ କରିଥିଲେ।

ସିବିଆଇ ଏବେ ତିନୋଟି ମାମଲାର ତଦନ୍ତ କରୁଛି। ମଙ୍ଗଳବାର ହାଇକୋର୍ଟ ଶାହାଜାହାନ ଶେଖଙ୍କ ହେପାଜତ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେବା ସହ ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ଅପରାହ୍ନ ସାଢ଼େ ୪ଟା ସମୟ ସୀମା ଧାର୍ଯ୍ୟ କରିଥିଲେ। ଶେଖଙ୍କୁ ହେପାଜତକୁ ନେବା ପାଇଁ ସିବିଆଇର ଏକ ଟିମ୍ ଅର୍ଦ୍ଧସାମରିକ ବାହିନୀ ସହ କୋଲକାତାର ସିଆଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ରାଜ୍ୟ ସରକାର ଶାହାଜାହାନ ଶେଖଙ୍କୁ ହସ୍ତାନ୍ତର କରିନଥିଲେ।

ଆଜି ସିବିଆଇ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଉଠାଇବା ପରେ ସନ୍ଦେଶଖାଲି ଅଭିଯୁକ୍ତଙ୍କ ବଦଳି ପାଇଁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ସେପଟେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ମମତା ସରକାରଙ୍କ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଏପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟରେ ହୋଇନାହିଁ।

Comments are closed.