Latest Odisha News

BREAKING NEWS

ରାଜନୀତିର ଥାଇ ମଧ୍ୟ କଣ ଆପଣ ଭଦ୍ରତାର ସହ କଥାବର୍ତ୍ତା କରନ୍ତି କି? ଦକ୍ଷିଣ କୋରିଆ ପ୍ରଶ୍ନର ଉତ୍ତର ରଖିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ; ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନିଜର ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି | ଯେତେବେଳେ ବି ତାଙ୍କୁ କୌଣସି ପ୍ରଶ୍ନ ପଚରାଯାଏ, ସେ ଅତି ଭଦ୍ର ଏବଂ ଚତୁରତାର ସହ ତା’ର ଉତ୍ତର ଦେଇଥାଆନ୍ତି | ଯେଉଁଥିପାଇଁ ଅନେକ ଲୋକ ତାଙ୍କର ପ୍ରଶଂସା ମଧ୍ୟ କରିଥାଆନ୍ତି । କେବଳ ସାଧାରଣ ଜନତାଙ୍କ ଠାରୁ ନୁହେଁ ତାଙ୍କର ଏହି ଶୈଳୀ ପାଇଁ ଅମିତାଭ ବଚ୍ଚନଙ୍କ ଭଳି ସୁପରଷ୍ଟାର ଏବଂ ଅନ୍ୟ ଦେଶର ତାଙ୍କ ସମକକ୍ଷ ଲୋକ ମଧ୍ୟ ତାଙ୍କର ପ୍ରଶଂସା କରିଥାଆନ୍ତି । ଏହାରି ଭିତରେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଛନ୍ତି ଯେ, ‘ରାଜନୀତିରେ ଥାଇ ମଧ୍ୟ ସେ ଅତି ଭଦ୍ର ଭାବରେ କଥାବାର୍ତ୍ତା କରିଥାଆନ୍ତି, ସେ କଦାପି କ୍ରୋଧିତ ହୋଇ କୌଣସି ଉତ୍ତର ଦିଅନ୍ତି ନାହିଁ । ସେ ଏପରି କେମିତି କରିଥାଆନ୍ତି ?’

ସୂଚନା ଅନୁସାରେ, ଏସ ଜୟଶଙ୍କର ବର୍ତ୍ତମାନ ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି। ସିଓଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଏସ ଜୟଶଙ୍କର କହିଛନ୍ତି ଯେ, “ଆପଣ ଅନ୍ୟମାନଙ୍କୁ ଯେପରି ବ୍ୟବହାର କରନ୍ତି, ଅନ୍ୟମାନେ ମଧ୍ୟ ଆପଣଙ୍କୁ ସେହିଭଳି ବ୍ୟବହାର କରନ୍ତି।“ ସେ କହିଛନ୍ତି ଯେ “ସେ ପୂର୍ବରୁ ଜଣେ ରାଷ୍ଟ୍ରଦୂତ ଥିଲେ, ତେଣୁ ଲୋକଙ୍କ ସହ ତାଙ୍କର ସମ୍ପର୍କ ପୂର୍ବରୁ ଯେପରି ଥିଲା ଏବେ ମଧ୍ୟ ସେପରି ଅଛି।“

ସାମ୍ବାଦିକ ଜଣଙ୍କ ଜୟଶଙ୍କରଙ୍କୁ ପଚାରିଥିଲେ ଯେ, ‘ଭାରତରେ ବର୍ତ୍ତମାନ ନିର୍ବାଚନ ମହୋଲ । ସମସ୍ତ ରାକନୈତିକ ଦଳ ଗୁଡିକ ଏହି ସମୟରେ ପରସ୍ପର ଉପରେ ଅନେକ ମନ୍ତବ୍ୟ ଦିଅନ୍ତି | ବେଳେ ବେଳେ ଆମେ ଭାବୁ ଯେ ଆମେ କିଛି ଖରାପ କହିବୁ ନାହିଁ, କିନ୍ତୁ ସମୟ ଏପରି ଆସେ ବେଳେବେଳେ ଖରାପ ବକ୍ତବ୍ୟ ବାହାରକୁ ଚାଲିଆସେ | ଏପରି ପରିସ୍ଥିତିରେ, ଯେତେବେଳେ ଆପଣଙ୍କର ଦେଶ ଭିତରେ କିମ୍ବା ବାହାରେ କୌଣସି ସାକ୍ଷାତକାର ହୁଏ ସେତେବେଳେ ଆପଣ କଦାପି ଭୁଲ ଭାଷା ବ୍ୟବହାର କରନ୍ତି ନାହିଁ, ଯାହା ଅନ୍ୟମାନଙ୍କୁ ଅପମାନିତ କରିବ । ଯେପରିକି ଆପଣ ଯେତେବେଳେ ଦକ୍ଷିଣ କୋରିଆ ବିଷୟରେ କଥାବାର୍ତ୍ତା କଲେ, ଆପଣ ସେତେବେଳେ ସେହି ସମ୍ପର୍କ ବିଷୟରେ କହିଥିଲ ଯାହା ୧୯୫୦ରେ ଘଟିଥିଲା ​​ଏବଂ ଆଜି ମଧ୍ୟ ଏହା ଘଟୁଛି । କଣ ଆପଣ ଇତିହାସ ଏବଂ ବର୍ତ୍ତମାନକୁ ମିଶାଇ କଥାବାର୍ତ୍ତା କରନ୍ତି?

ଏହାର ଉତ୍ତରରେ ଜୟଶଙ୍କର କହିଛନ୍ତି, ‘ଆପଣଙ୍କ ପ୍ରଶ୍ନ ଅନୁସାରେ ହଁ, ରାଜନୀତିରେ ୪-୫ ବର୍ଷ ରହିବା ପରେ ମଧ୍ୟ ମୁଁ ଲୋକଙ୍କ ସହ ଭଦ୍ର ଭାବରେ କଥା ହୁଏ । ମୁଁ ଦେଖିଛି ଯେ ଆପଣମାନେ ଲୋକମାନଙ୍କୁ ଯେପରି ବ୍ୟବହାର କରନ୍ତି, ସେମାନେ ମଧ୍ୟ ଆପଣଙ୍କୁ ସେହିଭଳି ବ୍ୟବହାର କରନ୍ତି। ଅନେକ ଲୋକ ରାଜନୀତିରେ ମଧ୍ୟ ଏପରି କରନ୍ତି | ବର୍ତ୍ତମାନ ଏଠାରେ ଉପସ୍ଥିତ ଥିବା ଅନେକ ଲୋକଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ କୁଟନୈତିକ କିମ୍ବା ରାଷ୍ଟ୍ରଦୂତ ଥିବେ । ଆମେ ସମସ୍ତେ ସେହି ପରିସ୍ଥିତି ଦେଇ ଆସିଛୁ । ସେତେବଳେ ଆମର ଅନେକ ସାଙ୍ଗ, ଅତୀଥିଙ୍କ ସହ ପରିଚିତ ଥିଲା । ଏହାପରେ ଯଦି ଆପଣ ରାଜନୀତିରେ ପ୍ରବେଶ କରନ୍ତି, ଏହାର ଅର୍ଥ ଏଇଟା ନୁହେଁ ଯେ ସେହି ସମ୍ପର୍କଗୁଡିକ ଭାଙ୍ଗି ଯାଇଛି | ସେହି ସମ୍ପର୍କଗୁଡିକ ସବୁବେଳେ ଆମ ସହିତ ରହିଥାଏ । ତେଣୁ ମୁଁ କହିବାକୁ ଚାହେଁ ଯେ, ଲୋକଙ୍କ ସହ ଭଲ ବ୍ୟବହାର କରିବା ବାସ୍ତବରେ ଏକ ସ୍ମାର୍ଟ ଉପାୟ |

 

Comments are closed.