Latest Odisha News

ଲଞ୍ଚ ହେଲା ଦୁନିଆର ପ୍ରଥମ ଏଆଇ ଏୟାର ହୋଷ୍ଟେସ୍ ‘ସମା ୨.୦’, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ବ

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯଥା AI ର ବ୍ୟବହାର ଏବେ ସମସ୍ତ କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଗୁଡିକ ର ବ୍ୟବାହର ଏବେ କ୍ରିଏଟିଭ କ୍ଷେତ୍ରରେ ମଧ୍ୟ ବହୁ ବ୍ୟବହୃତ ହେଉଛି । କତାର ଏୟାରୱେଜ୍ ମଧ୍ୟ ସମାନ କାର୍ଯ୍ୟ କରିଛି । କତାରର ସରକାରୀ ବିମାନ କମ୍ପାନୀ AI ଆଧାରିତ ଡିଜିଟାଲ ମାନବ କ୍ୟାବିନ୍ କ୍ରୁ ବା ଏୟାର ହୋଷ୍ଚେସ୍ ଉପସ୍ଥାପନ କରିଛି । ଯାହାର ନାମ ସମା ୨.୦ ଅଟେ ।

କ୍ୟାବିନ୍ କ୍ରୁ ଭାବେ ଲଞ୍ଚ ହୋଇଥିବା ସମା ଏକ ହୋଲୋଗ୍ରାଫି ଛବି । ଏହି କ୍ୟାବିନ କ୍ରୁ ମାନବ ଏୟାର ହୋଷ୍ଟେସଙ୍କ ସ୍ଥାନ ନେବନାହିଁ, ବରଂ ଏହାକୁ ଏକ ଅତିରିକ୍ତ ଫିଚର ଭାବରେ ବିମାନରେ ରଖାଯିବ । ଏହା ଯାତ୍ରୀଙ୍କୁ ଉତ୍ତମ ଯାତ୍ରାର ଅନୁଭବ ପ୍ରଦାନ ନିମନ୍ତେ ସାହାର୍ଯ୍ୟ କରିବ । କତାର ଓୟାରଓ୍ବେଜ୍ କୁ ନେଇ ପଚରାଯାଉଥିବା ପ୍ରଶ୍ନର ଉତ୍ତର ସହିତ ଲକ୍ଷ୍ୟସ୍ଥଳ ଓ ଅନେକ ଟିପ୍ସ ଦେବ । ରିୟଲ ଟାଇମ୍ ରେ ଏହା ପ୍ରଶ୍ନ ଗୁଡିକର ଉତ୍ତର ଦେଇପାରିବ ।

ଏୟାରଲାଇନ୍ସ ଏହାକୁ ITB ବର୍ଲିନ୍ ୨୦୨୪ ରେ ଉପସ୍ଥାପନ କରିଛି । ଏହା ହେଉଛି ଏକ ଡିଜିଟାଲ୍ ମାନବ କ୍ୟାବିନ କ୍ରୁ ସଦସ୍ୟ, ଯାହା ଦୁନିଆର ସର୍ବୋତ୍ତମ AI ଉପରେ ଆଧାରିତ । ସମା ଦୋହାରେ ପ୍ରସ୍ତୁତ କରାଯାଇଛି ଏବଂ କତାର ଏୟାରୱେଜ୍ ପାଇଁ ବିମାନ କର୍ମଚାରୀ ଭାବରେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଯାତ୍ରୀ ଏବଂ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ମଧ୍ୟ ସମା AI ନୂତନ ଜିନିଷ ଶିଖାଇଥିଲା ଏବଂ ଏହାର ଯୋଗାଯୋଗରେ ଉନ୍ନତି ଆଣିଥିଲା । କମ୍ପାନୀ ଏହି ପ୍ରୋଜେକ୍ଟ ଉପରେ ନିରନ୍ତର କାର୍ଯ୍ୟ କରୁଛି ।

QVerse ହେଉଛି କତାର ଏୟାରୱେଜ୍ ର ଡିଜିଟାଲ୍ ପ୍ଲାଟଫର୍ମ ଏବଂ ଅଫିସିଆଲ୍ ଆପ୍ । କତାର ଏୟାରୱେଜ୍ ଏବଂ ୟୁନେକ୍ ର ସହଭାଗୀତାରେ ସମାର ବିକାଶ କରାଯାଇଛି । AI ର ଗ୍ରାହକମାନଙ୍କୁ ଉତ୍ତମ ଅନୁଭବ ଏବଂ ସେବା ଯୋଗାଇବା ହେଉଛି କମ୍ପାନୀର ଲକ୍ଷ୍ୟ । କୋରୋନା ମହାମାରୀ ପରେ କତାର ଏୟାରୱେଜରେ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।

କମ୍ପାନୀ କହିଛି ଯେ, ବର୍ତ୍ତମାନ ଯାତ୍ରୀମାନେ ପୂର୍ବ ଅପେକ୍ଷା ବୁକିଂ ସମୟରେ ଅଧିକ ବିବରଣୀ ଯାଞ୍ଚ କରୁଛନ୍ତି । କତାର ଏୟାରୱେଜ୍ ମୁଖପାତ୍ର କହିଛନ୍ତି ଯେ, ଯାତ୍ରୀମାନେ ବୁକିଂ କରିବା ସମୟରେ ଗୁଣବତ୍ତା ଏବଂ ମୂଲ୍ୟ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଗ୍ରାହକଙ୍କ ଆଚରଣରେ ପରିବର୍ତ୍ତନ ଦ୍ୱାରା ଶକ୍ତିଶାଳୀ ବିମାନ ସେବା ଉପକୃତ ହେବ ।

Comments are closed.