Latest Odisha News

BREAKING NEWS

ଦାରା ସିଂଙ୍କ ମୃତ୍ୟୁ ଦିନ ବିନ୍ଦୁଙ୍କୁ ମଉଜ କରୁଥିବା ଦେଖି ଚକିତ ହୋଇଥିଲେ ଅମିତାଭ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦାରା ସିଂଙ୍କୁ ଏବେ ବି ପ୍ରଶଂସକମାନେ ମନେ ପକାଉଛନ୍ତି । ରାମାନନ୍ଦ ସାଗରଙ୍କ ରାମାୟଣରେ ସେ ହନୁମାନଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇ ଯାଇଥିଲେ । ୨୦୧୨ରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଏବେ ଏକ ସାକ୍ଷାତକାରରେ ତାଙ୍କ ପୁଅ ବିନ୍ଦୁ ଦାରା ସିଂ ବାପାଙ୍କୁ ମନେ ପକାଇ ତାଙ୍କ ମୃତ୍ୟୁ ଦିନ କଣ କରୁଥିଲେ ତାହା କହିଛନ୍ତି । ସେ ଦିନ ଆମ ସମସ୍ତଙ୍କ ମନ ଭାଙ୍ଗି ଯାଇଥିଲା । ଦୁଃଖରେ ବସି ତାଙ୍କୁ ମନେ ପକାଉଥିବା ବେଳେ ହଠାତ ବାପାଙ୍କ ଏକ କଥା ମନେ ପଡିଥିଲା । ସେ କହିଥିଲେ ଯେତେବେଳେ ମୁଁ ମରିଯିବି ତୁମେ ମାନେ ନ କାନ୍ଦି ପାର୍ଟି କରିବ । ମଜା କରିବ । ଏହାର ମୋର ଶେଷ ଇଚ୍ଛା । ବିନ୍ଦୁ ପରିବାରବର୍ଗଙ୍କୁ ଏହା କହିବା ପରେ ସମେସ୍ତ ଆସିଥିବା ଅତିଥିଙ୍କୁ ବିଦା କରିଥିଲେ ।

ସମସ୍ତ ପରିବାର ଗୋଟିଏ ସ୍ଥାନରେ ଏକତ୍ର ହୋଇ ଶ୍ୟାମ୍ପେନ ଖୋଲିଥିଲେ । ଏହାକୁ ପାନ କରିବା ସହ ପାପାଙ୍କୁ ମନେ ପକାଇଥିଲୁ । ଠିକ ସେହି ସମୟରେ ଡୋରବେଲ ବାଜିଥିଲା । ଅମିତାଭ ବଚ୍ଚନ ସମ୍ବେଦନା ବ୍ୟକ୍ତ କରିବାକୁ ଘରକୁ ଆସିଥିଲେ । ସେ ଆମମାନଙ୍କ ହାତରେ ଶ୍ୟାମ୍ପେନ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏହା କଣ ଚାଲିଛି ? ଆମେ ସମ୍ପୂର୍ଣ୍ଣ କାହାଣୀ ତାଙ୍କୁ କହିଥିଲୁ । ସେ ସବୁ ଶୁଣିବା ପରେ ମାଆଙ୍କ ପାଖରେ ଯାଇ ବସିଥିଲେ । ବିନ୍ଦୁ ବିଗ ବସ ସମେତ ଅନେକ ଟିଭି ସିରିୟଲରେ କାମ କରିଛନ୍ତି । ସେ ୨୦୨୨ରେ ଫୋରେନ୍ସିକ ଫିଲ୍ମରେ ଅଭିନୟ କରିଥିଲେ ।

Comments are closed.