ଶିବଦୂତୀ ପାଣିଗ୍ରାହୀ
ଖଳ ମଣିଷର ମନ ସର୍ବଦା କିପରି
ଖୋଳିବ ଆନର ଗୋଇ ।
ତାର ସବୁ ବଳ ଓ କଳ, ମାୟା କୂଟ
ଛଳରେ କଟାଇ ଥାଇ ।
ସ୍ୱାର୍ଥତ୍ୟାଗୀ, ସେବାରେ ସମୟ ସାରି
ହୁଏ ତ ସୁଖ ପ୍ରାପ୍ତ ।
ଦେଖାଣିଆ ସେବା ନଦେବ କେବେ ଶାନ୍ତି
ଲାଳସା ତ ନିଜ ହିତ ।
ଦୁଃଖ ଆସେ, ସେବାର ନାମରେ ଆଜି
ଚାଲେ ଫେସନ ବଜାର ।
ଭୁଲୁଛି ମଣିଷ ବଞ୍ଚିବା ରହିବା ବଢିବା ପାଇଁ
ନିଏ ସାହାଯ୍ୟ ଅନ୍ୟର l
ସେବାର ଭାବନା କେବଳ ସାଧନାରେ
ହୋଇ ଥାଏ ।
ସେବା ଲାଗି ସଚ୍ଚୋଟତାର
ପ୍ରୟୋଜନ ପଡି ତ ଥାଏ ।
ନିଚ୍ଚ ସ୍ୱାର୍ଥ ପାଇଁ ମଣିଷ ଯେବେ ବହୁ
ରୂପ ଧାରଣ କରେ ।
ସାଧୁତାର ବେଶେ ଶୋଷଣର ଫାଶ
ପକାଏ ସେହି ବିଷରେ ।
ସେହି ଖଳ ମଣିଷର କୁଟିଳ ପ୍ରକୃତି,
ନିଜେତ ଅଳିଆ ଗଦା ।
ରଖିବନି ଭାବ କେବେ, ତାକୁ ଆବର୍ଜନା
କୁଣ୍ଡେ କରିବ ପଦା ।
ସ୍ୱାଭିମାନ ଅଟଇ ମହାନ, ଅଛି ପ୍ରତ୍ୟେକ
ମନୁଷ୍ୟର ଜୀବନରେ
ମନସ୍ତ କର, ସ୍ୱାଭିମାନେ ଆଘାତ ଲାଗିଲେ
ରହିବନି ସେ ସ୍ଥାନରେ ।
ଧର୍ମ ସଂସ୍କୃତି ଅନେକ, କର୍ମର ମହାନତା କହିଛି
ପ୍ରତ୍ୟେକ ଧରମ ଓ ସଂସ୍କୃତିରେ
ସତ୍ୟ ଅନ୍ୱେଷଣ, ନିଃସ୍ଵାର୍ଥ ସେବା, ପବିତ୍ର ମନଠୁ
ନାହିଁ ଅନ୍ୟ ଧର୍ମ, ମନେ ରଖିବାରେ ।
Comments are closed.