Latest Odisha News

BREAKING NEWS

ଆସନ୍ତାକାଲି ନବୀନ ନିବାସରେ ଜରୁରୀ ବୈଠକ, ମେଣ୍ଟ ସଂପର୍କରେ ହୋଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ମେଣ୍ଟକୁ ନେଇ ବଢିଚାଲିଛି ସସପେନ୍ସ। ଗୋଟେପଟେ ମେଣ୍ଟକୁ ନେଇ ଦିଲ୍ଲୀରେ ବୈଠକ ଡକାଯାଇଥିବା ବେଳେ ଅନ୍ୟପଟେ ଆସନ୍ତାକାଲି ନବୀନ ନିବାସରେ ବୈଠକ ହେବା ନେଇ ସୂଚନା ରହିଛି। ଜରୁରୀ ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡାକରା ଦିଆଯାଇଥିବା ସୂଚନା ରହିଛି।

ରାଜନୀତି ମହଲରେ ମେଣ୍ଟ ଅଙ୍କକଷା ଜାରି ରହିଛି। ପୂର୍ବରୁ ଗତ ୬ ତାରିଖ ଦିନ ନବୀନ ନିବାସରେ ବରିଷ୍ଠ ବିଧାୟକ ଏବଂ ବରିଷ୍ଠ ବିଜେଡି ନେତାଙ୍କୁ ନେଇ ବୈଠକ ବସିଥିଲା । ହେଲେ ମେଣ୍ଟ ବାବଦରେ କୌଣସି ନେତା ମୁହଁ ଖୋଲି ନଥିଲେ। ତେବେ ବିଜେଡି-ବିଜେପି ମେଣ୍ଟ ନେଇ ଘନଘନ ବୈଠକ ଡାକୁଥୁବା ରାଜନୀତିର ପାରଦକୁ ଆହୁରି ବଢ଼ାଇଦେଇଛି।

Comments are closed.