Latest Odisha News

ଓଡିଆ ଝିଅ ପ୍ରଜ୍ଞାଙ୍କୁ ସମ୍ମାନିତ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ରୋଷେୟାଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ମାନିତ କଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ । ଆଇନ ଅଧ୍ୟୟନ ପାଇଁ ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରୁ  ଛାତ୍ରବୃତ୍ତି ପାଇଥିବାରୁ ତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନ ବିଚାରପତି ।

ପ୍ରଜ୍ଞା ହେଉଛନ୍ତି ସୁପ୍ରିମକୋର୍ଟର ରୋଷେୟା ଭାବେ କାମ କରୁଥିବା ଓଡ଼ିଶାର ଅଜୟ କୁମାର ସାମଲଙ୍କ ଝିଅ ।  ନିକଟରେ ପ୍ରଜ୍ଞାଙ୍କୁ ଆଇନ ଓ ନ୍ୟାୟ ଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ଅଧ୍ୟୟନ ପାଇଁ ଛାତ୍ରବୃତ୍ତି ଦେବାକୁ ଦୁଇଟି ଆମେରିକୀୟ ବିଶ୍ୱବିଦ୍ୟାଳୟର ରାଜି ହୋଇଛନ୍ତି । ଏହି ବିଷୟରେ ସିଜେଆଇ ଚନ୍ଦ୍ରଚୂଡ  ଜାଣିବା ପରେ ତାଙ୍କ ସହଯୋଗୀ ବିଚାରପତିଙ୍କ ସହ କଥା ହୋଇ ପ୍ରଜ୍ଞାଙ୍କୁ ସମ୍ମାନିତ କରିଛନ୍ତି  ।

ପ୍ରଧାନ ବିଚାରପତି କହିଛନ୍ତି,‘‘ ପ୍ରଜ୍ଞା ପ୍ରମାଣ କରିଦେଇଛନ୍ତି ଯେ କିଛି ପାଇବା ପାଇଁ ଯଦି ଉତ୍ସାହ ଏବଂ ଆଗ୍ରହ ଅଛି ତେବେ ଆପଣ ଏହାକୁ ନିଶ୍ଚୟ ହାସଲ କରିପାରିବେ ।  ଅର୍ଥର ଅଭାବ ଯୋଗୁଁ ଜଣେ ଛାତ୍ରର  ବାସ୍ତବ ପ୍ରତିଭା ତାହାର ଗନ୍ତବ୍ୟ ସ୍ଥଳରେ  ନ ପହଞ୍ଚୁ ତାହା କେବେ ନ ହେଉ ।’’

ଏହି ଅବସରରେ ସୁପ୍ରିମକୋର୍ଟ ପରିସରରେ ସିଜେଆଇଙ୍କ ସମେତ ଅନେକ ବିଚାରପତି ଉପସ୍ଥିତ ଥିଲେ । ପ୍ରଜ୍ଞା ଭାବପ୍ରବଣ  ହୋଇ କହିଥିଲେ, ‘‘ ସମସ୍ତଙ୍କ ଆଶା ପୂରଣ କରିବା ପାଇଁ ମୁଁ କଠିନ ପରିଶ୍ରମ କରିବି ।’’

Comments are closed.