Latest Odisha News

BREAKING NEWS

ଓଡ଼ିଶାରେ ବିଜେପି ସରକାର ହେବ: ମନମୋହନ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ହେବ । ଓଡ଼ିଶାର ଅସ୍ମିତା ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ ବୋଲି  ବିଜେପି ସଭାପତି  ମନମୋହନ ସାମଲ ସୂଚନା ଦେଇଛନ୍ତି ।

ବିଜେପି-ବିଜେଡି ମେଣ୍ଟ ହେବ କି ନାହିଁ ପ୍ରଶ୍ନରେ ବିଜେପି ସଭାପତି  ମନମୋହନ ସାମଲ କହିଛନ୍ତି,‘‘ ମୁଁ ବାରମ୍ୱାର କହୁଛି ଓଡ଼ିଶାରେ ବିଜେପି ସରକାର ହେବ । ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ।  ବିଜେପି ଏକାକୀ ସରକାର କରିବ ।’’

ସୂଚନା ଯୋଗ୍ୟ, ଆଜି ସକାଳୁ ଦିଲ୍ଲୀରୁ ଫେରିବା ପରେ  ମେଣ୍ଟ ଚର୍ଚ୍ଚା ନେଇ ବିଜେପି ସଭାପତି  ମନମୋହନ ସାମଲ କହିଥିଲେ, ‘‘ଆମ ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ସବୁ ଠିକ୍ ଚାଲିଛି । ସବୁ ବିଷୟରେ ବିଚାର ଆଲୋଚନା  କରୁଛୁ ।’’

Comments are closed.