ଯାଜପୁର: କୃଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ବୃଦ୍ଧି, କୃଷକ ମାନଙ୍କୁ ଭତ୍ତା, ସ୍ୱାସ୍ଥ୍ୟ ସୁବିଧା ସମେତ ଅନ୍ୟାନ୍ୟ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଦାବି ପତ୍ର ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି ।
ଯୁବ ଭାରତ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ପ୍ରଭାକର ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଯାଜପୁର ଜିଲାପାଳଙ୍କ ଅଫିସରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ଏହି ଦାବି ପତ୍ର ପ୍ରଦାନ କରିଥିଲେ ।
ଏହି ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଅବସରରେ ସଙ୍ଗଠନର ଜିଲ୍ଲା ସଭାପତି ରାଜ କିଶୋର ସାମଲ, ଉପଦେଷ୍ଠା କୁଳମଣି ଶୁକ୍ଳଙ୍କ ସମେତ ଶତାଧିକ କର୍ମୀ ଓ କୃଷକ ନେତା ସାମିଲ ହୋଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ।
Comments are closed.