ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଆଜି ପଞ୍ଜାବର ୧୩ ଲୋକସଭା ଆସନ ମଧ୍ୟରୁ ୮ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ତାଲିକାରେ ୫ ଜଣ ମନ୍ତ୍ରୀଙ୍କ ସମେତ ୮ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ଏହାସହ କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିବା ଗୁରୁପ୍ରୀତ ସିଂ ଜିପିଙ୍କୁ ମଧ୍ୟ ଟିକେଟ୍ ମିଳିଛି ।
ଅମୃତସରରୁ କ୍ୟାବିନେଟ ମନ୍ତ୍ରୀ କୁଲଦୀପ ସିଂ ଧଲିଓ୍ବାଲା ମଇଦାନକୁ ଓହ୍ଲାଇବେ । ମନ୍ତ୍ରୀ ଲଲଜିତ ସିଂ ଭୁଲାର ଖଦୁର ସାହିବରୁ ପ୍ରାର୍ଥୀ ହେବେ । ପଞ୍ଜାବର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବଲବୀର ସିଂଙ୍କୁ ପଟିଆଲାରୁ ପ୍ରାର୍ଥୀ କରାଯାଇଛି । ବଥିଣ୍ଡାରୁ ଗୁରୁମିତ ସିଂ ଖୁଦିଆନଙ୍କୁ ପାର୍ଥୀ କରାଯାଇଛି । ଗୁରୁମିତ ବର୍ତ୍ତମାନ ପଞ୍ଜାବର କୃଷି ମନ୍ତ୍ରୀ ଅଟନ୍ତି । ସେହିପରି ଜଳନ୍ଧର ଆସନରୁ ସୁଶିଲ କୁମାର ରଙ୍କୁ ଙ୍କୁ ଟିକେଟ ମିଳିଛି । ଫରିଦକୋର୍ଟରୁ କରମଜିତ୍ ଅନମୋଲଙ୍କୁ ଟିକେଟ୍ ଦିଆଯାଇଛି ।
Lok Sabha elections | Among the Punjab ministers who have been declared as parliamentary election candidates by AAP are Gurmeet Singh Khudian from Bathinda, Kuldeep Singh Dhaliwal from Amritsar, Laljit Singh Bhullar from Khandoor Sahib, Gurmeet Singh Meet Hayer from Sangrur and… https://t.co/mKCSVMpVru
— ANI (@ANI) March 14, 2024
ତେବେ ବର୍ତ୍ତମାନ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ରେ ମଦ ଦୁର୍ନିତି ମାମଲା ରହିଛି । ଯହାକୁ ନେଇ ବାରମ୍ବାର ଇଡି ପକ୍ଷରୁ ତାଙ୍କୁ ନୋଟିସ ପଠାଯାଉଛି । ତେଣୁ ଯେକୌଣସି ସମୟରେ ଗିରଫ ହୋଇପାରନ୍ତି କେଜ୍ରିଓ୍ବାଲ୍ । ଏହାକୁ ଦୃଷ୍ଟିରେ ରଖି ପାର୍ଟି ପଞ୍ଜାବରେ ଭଗୱନ୍ତ ମାନଙ୍କ ଚେହେରାରେ ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ ବିଜେପି ଏବଂ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ତେବେ ଲୋକସଭା ନିର୍ବାଚନ ପାଇଁ ବିଜେପି ୨୬୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ପ୍ରଥମ ତାଲିକାରେ ଦଳ ୧୯୫ ପ୍ରାର୍ଥୀ ଏବଂ ଦ୍ୱିତୀୟ ତାଲିକାରେ ୭୨ ଜଣ ପ୍ରାର୍ଥୀ ଘୋଷଣା କରିଛି । ସେହିପରି କଂଗ୍ରେସ ପ୍ରଥମ ତାଲିକାରେ ୩୯ ଜଣ ପ୍ରାର୍ଥୀ ଏବଂ ଦ୍ୱିତୀୟ ତାଲିକାରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ସୂଚନା ରହିଛି ।
Comments are closed.