Latest Odisha News

ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, ବଢିଲା ୬୬ ପ୍ରତିଶତ ମହଙ୍ଗାଭତ୍ତା

ଭୁବନେଶ୍ବର: ରାଜ୍ୟ ସମବାୟ ବିଭାଗ ଅଧିନସ୍ଥ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି( ଲାମ୍ପ୍ସ )ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିମନ୍ତେ ଖୁସି ଖବର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କର୍ମଚାରୀ ମାନଙ୍କର ମହଙ୍ଗାଭତ୍ତାରେ ୬୬  ପ୍ରତିଶତ ବୃଦ୍ଧିକରାଯାଇଛି । ବର୍ତ୍ତମାନ ସେମନାଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇ ୨୩୦  ପ୍ରତିଶତ କରାଯାଇଛି । ସେମାନେ ୧୬୪  ପ୍ରତିଶତ ହାରରେ ଡିଏ ପାଉଥିଲେ । ଏହି ବର୍ଦ୍ଧିତ ଡିଏ ଆସନ୍ତା ଅପ୍ରେଲ ପହିଲାରୁ (୦୧,୦୪,୨୦୨୪ ) ଲାଗୁ କରାଯିବ ।  ଏହା ଦ୍ୱାରା  ୨୭୧୧ ସମିତିର କର୍ମଚାରୀ  ଉପକୃତ ହେବେ I  ଏ ନେଇ ରାଜ୍ୟ ସମବାୟ ନିବନ୍ଧକଙ୍କ ତରଫରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଗତକାଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ସେମାନଙ୍କର ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିଥିଲେ । ସେଥିରେ  ମହଙ୍ଗାଭତ୍ତା ବୃଦ୍ଧି କରାଯିବା ଏକ ପ୍ରମୁଖ ଦାବି ଥିଲା । ଏହି ଦାବି ପୁରଣ ହୋଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.