Latest Odisha News

BREAKING NEWS

ଛିଣ୍ଡିଲାନି ଆସନ ବୁଝାମଣା, ଏନଡିଏରୁ ଅଲଗା ହେଲେ ପଶୁପତି ପାରସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିହାରରେ ଏନଡିଏର ଆସନ ବୁଝାମଣାକୁ ନେଇ ରାଜନୀତି ଜୋର ଧରିଛି। ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୭ଟିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିୟୁ ୧୬ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଚିରାଗ ପାସୱାନଙ୍କ ନେତୃତ୍ୱରେ ଆରଏଲଏସପି ପାଞ୍ଚଟି ସିଟ୍ ପାଇଛି। ଏଥି ସହିତ ଉପେନ୍ଦ୍ର କୁଶୱାହାଙ୍କ ଦଳ ରାଷ୍ଟ୍ରିୟ ଲୋକ ଜନତା ଦଳ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ପାର୍ଟି ହାମ ଗୋଟିଏ ଲେଖାଏଁ ଆସନ ପାଇଛନ୍ତି। ଏନଡିଏ ଦ୍ୱାରା ସିଟ୍ ବଣ୍ଟନ ଘୋଷଣାରେ ପଶୁପତି କୁମାର ପରାସଙ୍କ ନାମକୁ ସାମିଲ କରାଯାଇ ନାହିଁ।

ବିଜେପିର ଏହି ନିଷ୍ପତ୍ତିରେ ପଶୁପତି କୁମାର ପରାସ କ୍ରୋଧିତ ହୋଇଛନ୍ତି। ଏନଡିଏରେ ସିଟ୍ ନ ପାଇବା ପରେ ଆରଜେଡି ତାଙ୍କୁ ତିନିଟି ସିଟ୍ ଅଫର ଦେଇଥିବା ଚର୍ଚ୍ଚା ହେଉଛି। ପଶୁପତି କୁମାର ପରାସ ମୋଦୀ ସରକାରରେ ଜଣେ ମନ୍ତ୍ରୀ ରହି ସାରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ଏନଡିଏରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।

ଆସନ ବୁଝାମଣା ଘୋଷଣା ପୂର୍ବରୁ ବିଜେପି ନେତାମାନେ ତାଙ୍କ ସହ ଆଲୋଚନା କରି ନ ଥିବାରୁ ପାଶୁପତି କୁମାର ପରାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅମିତ ଶାହା ଏବଂ ଜେପି ନାଡା ଚିରାଗ ପାସୱାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ପଶୁପତି ପରାସ ବର୍ତ୍ତମାନ ତାଙ୍କ ଦଳର ନେତାଙ୍କ ସହ ପରବର୍ତ୍ତୀ ପଦକ୍ଷେପ ବିଷୟରେ ବିଚାର କରିବେ।

 

Comments are closed.