ମାଡ୍ରାସ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଧୋନୀ ଅଧିନାୟକ ହେବେ ନାହିଁ ବୋଲି କହିବା ପରେ ରିତୁରାଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଗାଏକ୍ୱାଡ ୨୦୧୯ରୁ ଚେନ୍ନାଇ ଟିମ ସହିତ ଜଡିତ ଅଛନ୍ତି । ସେ ଦଳ ପକ୍ଷରୁ ୫୨ ମ୍ୟାଚ ଖେଳିଛନ୍ତି । ଶୁକ୍ରବାର ଚେନ୍ନାଇ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ । ଚେନ୍ନାଇ ୧୬ରୁ ୧୪ଟି ସିଜନରେ ଅଂଶଗ୍ରହଣ କରିଛି । ଧୋନୀ ସମସ୍ତ ସିଜନରେ ଦଳର ଅଧିନାୟକ ରହିଛନ୍ତି । ୨୦୧୬ ଓ ୧୭ରେ ଚେନ୍ନାଇ ଉପରେ ପ୍ରତିବନ୍ଧ ଲାଗିଥିଲା ।
୨୦୨୨ ରବୀନ୍ଦ୍ର ଜାଡେଜା ଦଳର ଅଧିନାୟକ ହୋଇଥିଲେ । ତେବେ ସେ ସିଜନର ଅଧାରୁ ଅଧିନାୟକ ପଦ ଛାଡିବା ପରେ ଧୋନୀ ଏହି ଦାୟିତ୍ୱ ତୁଲାଇଥିଲେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ଥର ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ରିତୁରାଜଙ୍କ ନେତୃତ୍ୱରେ ଭାରତ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।
Comments are closed.