ଯାଜପୁର: ରେଲୱେରେ ଚାକିରି କରାଇ ଦେବାକୁ କଥା ଦେଇ ରମେଶ ମହାନ୍ତିଙ୍କଠାରୁ ଜଣେ ହାଇସ୍କୁଲ ଶିକ୍ଷକ ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ଅଭିଯୋଗ। ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ଦଶରଥପୁର ପୋଲିସ । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅନ୍ତର୍ଗତ କାଟିଆସ୍ଥିତ କୃଷ୍ଣ ପ୍ରସାଦ ହାଇସ୍କୁଲର କ୍ରୀଡା ଶିକ୍ଷକ ଜ୍ୟୋତି ରଞ୍ଜନ ସାମଲ ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଥିବା ରମେଶ ମହାନ୍ତି ଓ ଅନ୍ୟ ୩ଜଣଙ୍କୁ ରେଲୱେରେ ଚାକିରି କରାଇ ଦେବାକୁ କଥା ଦେଇ ୫୧ ଲକ୍ଷ ଆଣିଥିଲେ।
ଟଙ୍କା ଆଣିବାକୁ ଇତି ମଧ୍ୟରେ ବହୁ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ଚାକିରି କରାଇ ଦେବା ତ ଦୂରର କଥା ଆଉ ଧରା ଛୁଆଁ ଦେଇ ନଥିଲେ। ଯାହାକୁ ନେଇ ରମେଶ ମହାନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଦଶରଥପୁର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖଥିବା ଆଇଆଇସି ବଦ୍ରିକାନାଥ ବେହେରାଙ୍କ ଠାରୁ ସୂଚନା ମିଳିଛି।
Comments are closed.