Latest Odisha News

BREAKING NEWS

ନାୟକ ୨ ଫିଲ୍ମକୁ ମେକର୍ସଙ୍କ ସବୁଜ ସଙ୍କେତ

ମୁମ୍ବାଇ: ଦିନକର ମୂଖ୍ୟମନ୍ତ୍ରୀ ଉପରେ ଆଧାରିତ ରାଜନୈତିକ ଫିଲ୍ମ ନାୟକ ୨୦୦୧ରେ ରିଲିଜ ହୋଇଥିଲା । ଅନୀଲ କାପୁର ଓ ଅମରୀଶ ପୁରୀ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ୨୩ ବର୍ଷ ପରେ ଏହାର ସୀକ୍ୱେଲ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି । ସିଦ୍ଧାର୍ଥ ଆନନ୍ଦ ଓ ମମତା ଆନନ୍ଦ ନାୟକ ମଫ୍ଲିକର୍ସ ପିକଚର୍ସ ବ୍ୟାନରରେ ଏହା ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଅବଶ୍ୟ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନାହିଁ । ନିର୍ଦ୍ଦେଶକ ଓ କାହାଣୀ ଚୂଡାନ୍ତ ହୋଇଥିଲେ ମଧ୍ୟ କଳାକାର ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ ।

ଅମରୀଶ ପୁରୀଙ୍କ ଭୂମିକା କିଏ କରିବ ତାହା ମେକର୍ସଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ରାଣୀ ମୂର୍ଖାଜୀ, ପରେଶ ରାୱଲ, ଜନୀ ଲିଭରଙ୍କ କଳାକାର ଏଥିରେ ଅଭିନୟ କରିଥିଲେ । ନାୟକ ଫିଲ୍ମ ତାମିଲର ମୁଧାଲାଭନର ରିମେକ ।

Leave A Reply

Your email address will not be published.