Latest Odisha News

BREAKING NEWS

ଇସ୍ରୋକୁ ବଡ଼ ଉପଲବ୍ଧି, ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପରୀକ୍ଷଣ ସଫଳ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) କୁ ଆଉ ଏକ ସଫଳତା ମିଳିଛି । ପୁନଃବ୍ୟବହାର ହୋଇପାରୁଥିବା ଲଞ୍ଚ ଯାନ (ଆରଏଲଭି ଏଲଏକ୍ସ-୦୨) ର ସଫଳ ପରୀକ୍ଷଣ କରିଛି ଇସ୍ରୋ । ଏହି ଲଞ୍ଚ ଯାନର ନାମ ‘ପୁଷ୍ପକ’ ରଖାଯାଇଛି ।

ଆଜି ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖ ସକାଳ ୭ ଟା ୧୦ ସମୟରେ କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜର ରନୱେରେ ସଫଳତାପୂର୍ବକ ଅବତରଣ କରିଛି । ଏହି ସମୟରେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମାନଥଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ଟେକନିକ୍ ସଫଳ ଅବତରଣ କରିବା ନେଇ ଇସ୍ରୋ ‘ଏକ୍ସ’ ରେ ପୋଷ୍ଟ ଯୋଗେ ସୂଚନା ଦେଇଛି ।

ପୁଷ୍ପକ ଆରଏଲଭି ହେଉଛି ଏକ ସ୍ୱଦେଶୀ ସ୍ପେସ୍ ସଟଲ୍, କିଛି ବର୍ଷ ମଧ୍ୟରେ ଆମର ମହାକାଶଚାରୀମାନେ ଏହାର ବଡ଼ ସଂସ୍କରଣରେ କାର୍ଗୋ ରଖି ଏହାକୁ ମହାକାଶକୁ ପଠାଇ ପାରିବେ । ଏହା ମାଧ୍ୟମରେ ସାଟେଲାଇଟ୍ ମଧ୍ୟ ଉତକ୍ଷେପଣ କରାଯାଇପାରିବ । ଏହା ସାଟେଲାଇଟକୁ ମହାକାଶରେ ଛାଡିବା ପରେ ଏହା ଫେରି ଆସିବ, ଯାହାଫଳରେ ଏହା ପୁଣି ଉଡିପାରିବ ।

ଏହା ମାଧ୍ୟମରେ ଆମେ ଯେକୌଣସି ଦେଶ ଉପରେ ନଜର ରଖିପାରିବା । ଏପରିକି ଆକ୍ରମଣ ମଧ୍ୟ କରାଯାଇପାରିବ । ଏହା ନିଜେ ମହାକାଶରେ ଶତ୍ରୁ ଉପଗ୍ରହଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ ଅଟେ । ଏହା ଏକ ସ୍ୱୟଂଚାଳିତ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ । ଏହି ବିମାନରୁ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର (ଡିଇଡବ୍ଲୁ) ଚଳାଯାଇପାରିବ ।

ପୁଷ୍ପକ ବିମାନର ଦର୍ଘ୍ୟ ୬.୫ ମିଟର ଏବଂ ଓଜନ ୧.୭୫ ଟନ୍ ଅଟେ । ଏହାକୁ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ଉଡ଼ାଇବ । ଏହାର ଛୋଟ ଥ୍ରଷ୍ଟରଗୁଡିକ ଯାନକୁ ଅବତରଣ କରିବାକୁ ଥିବା ସଠିକ୍ ସ୍ଥାନକୁ ଯିବାରେ ସାହାଯ୍ୟ କରିବ ।

ଏକ ମାଇଲଖୁଣ୍ଟ ହୋଇଥିବା ଏହି ପ୍ରକଳ୍ପରେ ସରକାର ଶହେ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି । କାରଣ ୨୦୩୫ ସୁଦ୍ଧା ଦେଶ ନିଜର ସ୍ପେସ୍ ଷ୍ଟେସନ୍ ନିର୍ମାଣ ଆଡକୁ ଗତି କରୁଛି ।

ଆରଏଲଭି ଟେକନିକର ପ୍ରଥମ ଦୁଇଟି ପରୀକ୍ଷା ମଧ୍ୟ ସଫଳ ହୋଇଥିଲା। ଇସ୍ରୋ ପୂର୍ବରୁ ଦୁଇଥର ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ଅବତରଣ କରିସାରିଛି । ପ୍ରାୟ ସାଢେ ଚାରି କିଲୋମିଟର ଉଚ୍ଚତାରୁ ବାୟୁସେନା ଚିନୁକ ହେଲିକପ୍ଟରରୁ ଆରଏଲଭି ଉତକ୍ଷେପଣ କରାଯାଇଥିଲା । ପରୀକ୍ଷଣ ସମୟରେ ଆରଏଲଭି ସଫଳତାର ସହ ରନୱେରେ ଅବତରଣ କରିଛି । ବ୍ରେକ୍ ପାରାଚ୍ୟୁଟ୍, ଲ୍ୟାଣ୍ଡିଂ ଗିଅର ବ୍ରେକ୍ ଏବଂ ନୋଜ୍ ହ୍ୱିଲ୍ ଷ୍ଟିଅରିଂ ସିଷ୍ଟମ ସାହାଯ୍ୟରେ ଆରଏଲଭି ସଫଳ ଅବତରଣ କରିଛି ।

ପୁଷ୍ପକ ଯାନ କୁ ଇସ୍ରୋ ବିକଶିତ କରିଛି । ଏଥିରେ ଟେକ୍ନିକାଲ ନାଭିଗେସନ, କଣ୍ଟ୍ରେଲ ସିଷ୍ଟମ, ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି ।

Comments are closed.