Latest Odisha News

BREAKING NEWS

କଟକରୁ ୬.୪୪ କୋଟି ଟଙ୍କାର ସୁନା ଜବତ

କଟକ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀମାନେ କଟକରେ ଏକ ସନ୍ଦିଗ୍ଧ ସୁନା ଚୋରା ଚାଲାଣ ଅଭିଯାନକୁ ଠାବ କରିଛନ୍ତି। ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ଏକ ଗାଡ଼ିରୁ ୯ କେଜିରୁ ଅଧିକ ସୁନା ବିସ୍କୁଟ ଆକାରରେ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜବତ ସୁନାର ମୂଲ୍ୟ ପାଖାପାଖି ୬ କୋଟି ୪୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ବିଦେଶରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇ ଏଜେଣ୍ଟଙ୍କ ପାଖରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଥିଲା। ମାର୍ଚ୍ଚ ୨୮ ତାରିଖ ସନ୍ଧ୍ୟାରେ କଟକ ମଙ୍ଗୁଳି ଟୋଲ୍ ପ୍ଲାଜାରେ ଏକ କାର୍ ଅଟକାଇଥିଲେ। ଗାଡିଯାଞ୍ଚ କରିବା ପରେ ଡିଆରଆଇ ଏଜେଣ୍ଟମାନେ ୯୧୮୦ ଗ୍ରାମ ଓଜନର ୬୫ ଖଣ୍ଡ ଚୋରା ସୁନା ସୁନା ଜବତ କରିଥିଲେ।

ଜବତ ସୁନାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୁନା ବିସ୍କୁଟକୁ ଗାଡିର ଏକ ବଗିରେ ଲୁଚାଇ ରଖାଯାଇଥିଲା । ସୁନା ଓ ଗାଡିକୁ ଜବତ କରାଯିବା ସହ ସୀମା ଶୁଳ୍କ ଆଇନ ୧୯୬୨ ଅନୁଯାୟୀ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି।

Comments are closed.