Latest Odisha News

BREAKING NEWS

ମୋସାଦ ଶୈଳୀରେ ପାକିସ୍ତାନରେ ଭାରତ ଶତ୍ରୁ ନିପାତ କରୁଛି !

ନୂଆଦିଲ୍ଲୀ: ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦ ଶୈଳୀରେ ଭାରତ ତାର ଶତ୍ରୁକୁ ପାକିସ୍ତାନରେ ନିପାତ କରୁଛି ବୋଲି ଖବର ପ୍ରକାଶ ପାଇଛି । ତେବେ ଦି ଗାର୍ଡିୟାନରେ ପ୍ରକାଶିତ ଏହି ଖବରକୁ ଭାରତ ଖଣ୍ଡନ କରିଛି । ଭାରତର ଗୋଇନ୍ଦା ବିଭାଗ ର ଏହି କାର୍ଯ୍ୟ କରୁଛି ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ପାକିସ୍ତାନା ଗୋଇନ୍ଦା ଅଧିକାରୀମାନେ ମଧ୍ୟ ଏ ସମ୍ପର୍କରେ ବାରମ୍ବାର କହି ଆସୁଥିଲେ । ସେମାନଙ୍କ ରିପୋର୍ଟକୁ ଭିତି କରି ବ୍ରିଟିଶ ଖବର କାଗଜ ଏହି ରିପୋର୍ଟ ପ୍ରକାଶ କରିଛି । ୨୦୧୯ ପୁଲୱାମା ଆକ୍ରମଣ ପରେ ଭାରତ ଏହି ମିଶନ ଆରମ୍ଭ କରିଛି । ବିଦେଶରେ ହେଉଥିବା ଟାର୍ଗେଟ କିଲିଂ ଭାରତ ସରକାରଙ୍କ ନୀତି ବିରୋଧୀ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଭାରତ ନିୟୋଜିତ କରିଥିବା ସ୍ଲିପର ସେଲ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ରଚିଥିବା ଆତଙ୍କୀଙ୍କ ଗୋଟିଏ ପରେ ଗୋଟିଏ ମୃତ୍ୟୁ ପାକିସ୍ତାନକୁ ଚିନ୍ତାର ପକାଇ ଦେଇଛି । ଆତଙ୍କବାଦୀ ଫ୍ୟାକ୍ଟ୍ରି ବନ୍ଦ ହେବା ଆଶଙ୍କାରେ ପାକିସ୍ତାନ ଏ ଭଳି ପ୍ରୋପଗାଣ୍ଡା ନ୍ୟୁଜ ପରୋକ୍ଷରେ ପ୍ରକାଶ କରୁଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

Comments are closed.