Latest Odisha News

ତୃତୀୟ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ନୂଆ ଚେହେରାକୁ ଗୁରୁତ୍ବ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ରେଙ୍ଗାଲି ବିଧାନସଭା ଆସନ ପାଇଁ ସୁଦର୍ଶନ ହରିପାଲଙ୍କୁ ପ୍ରାର୍ଥୀ କରାଯାଇଛି। ରାଉରକେଲା ପାଇଁ ସାରଦା ପ୍ରସାଦ ନାୟକ, ବୀରମିତ୍ରପୁରରୁ ରୋହିତ ଜେ ତିର୍କୀ ପ୍ରତିନିଧିତ୍ୱ କରିବେ।

କେନ୍ଦୁଝର ପାଇଁ ମୀନା ମାଝୀ ପ୍ରାର୍ଥୀ ହୋଇଛନ୍ତି। ରାଇରଙ୍ଗପୁର ପକ୍ଷରୁ ରିସେନ ମୁର୍ମୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସ୍ୱରୂପ ଦାସ ବାଲେଶ୍ୱର ପାଇଁ ପ୍ରାର୍ଥୀ ହୋଇଛନ୍ତି। ପ୍ରକାଶ ବେହେରା ବାରବାଟୀ-କଟକକୁ ପ୍ରତିନିଧିତ୍ୱ କରିବେ। ପ୍ରଶାନ୍ତ ବେହେରା ସାଲେପୁର ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଦଳ ପାଇଁ ଭୁବନେଶ୍ବରରେ ସର୍ବାଧିକ ଆଶାୟୀ ପ୍ରାର୍ଥୀ ଥିବା ଜୟଦେବ ବିଧାନସଭା ଆସନ ପାଇଁ ନବ କିଶୋର ମଲ୍ଲିକ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା ହୋଇଛି।

ଉଲ୍ଲେଖଯୋଗ୍ୟ, ଜର୍ଜ ତିର୍କିଙ୍କ ପୁଅ ହେଉଛନ୍ତି ଜୋଶେଫ ତିର୍କି ତିନି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ। ସେହିପରି ପ୍ରକାଶ ବେହେରା ଏବଂ ରୋହିତ ତିର୍କି ସାମିଲ ହୋଇଥିଲେ। ଅନ୍ୟପଟେ ଡିଏସପି ଚାକିରିରୁ ଭିଆରଏସ ନେବା ପରେ ରିସେନ୍ ମୁର୍ମୁ ବିଜେଡିରେ ସାମିଲ ହୋଇ ଟିକେଟ୍ ହାତେଇଛନ୍ତି।

ଏହା ପୂର୍ବରୁ ମାର୍ଚ୍ଚ ୨୭ରେ ବିଜେଡି ପ୍ରଥମ ତାଲିକାରେ ୭୨ ଜଣ ଓ ଏପ୍ରିଲ ୩ରେ ଦ୍ୱିତୀୟ ତାଲିକାରେ ୨୭ ଜଣ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିଲା। ମୋଟ୍ ଉପରେ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବାକି ରହିଛି ୩୯ ବିଧାନସଭା ଆସନ । ସେହିପରି ୨୧ଟି ଲୋକସଭା ଆସନମଧ୍ୟରୁ ୨୦ଟି ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

Comments are closed.