Latest Odisha News

BREAKING NEWS

ସାଧାରଣ ନିବାର୍ଚନ ପାଇଁ ଜୋରଦାର ପ୍ରଚାର କଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ସାଧାରଣ ନିବାର୍ଚନ ଯେତିକି ପାଖେଇ ଆସୁଛି ନେତାଙ୍କର ଜୋରଦାର ପ୍ରସ୍ତୁତି ସେତିକି ଚାଲିଛି।ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଦେବଗଡ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ଓହ୍ଲାଇଛନ୍ତି ପ୍ରଣବ ପ୍ରକାଶ। ସେ ସେଠାରେ ପହଂଚି ବିଭିନ୍ନ ସ୍ଥାନ ବୁଲି ବିଜେଡି ନେତାଙ୍କୁ ନେଇ ଲୋକଙ୍କୁ ସାକ୍ଷାତ କରିଛନ୍ତି।

ବଯସ୍କ ଲୋକଙ୍କ ଠାରୁ ଆର୍ଶିବାଦ ଭିକ୍ଷା କରିବା ସହ ସେ ଅନେକ ଦଳୀୟ ସଭାରେ ଯୋଗଦେଇ ବିଜେଡି ପାଇଁ ଭୋଟ ନିବେଦନ କରିଛନ୍ତି। ସେ ଏକ କାର୍ଯ୍ୟକ୍ରମ ରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଓଡିଶାକୁ ଏକ ବିନ୍ଦୁ ବୋଲି ଭାବିଛି ବିଜେପି । କିନ୍ତୁ ଠିକ ସେଠି ଓଡିଶାକୁ ଏକ ସିନ୍ଧୁ ବୋଲି ଭାବିଛି ବିଜେଡି। ନିକଟରେ ପ୍ରଣବ ପ୍ରକାଶ ମା ସମଲେଶ୍ବରୀଙ୍କୁ ଦର୍ଶନ କରି ସମ୍ବଲପୁରରେ ନିଜର ପ୍ରଚାର ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର ଆରମ୍ଭ କରିଦେଇଛନ୍ତି।

Comments are closed.