Latest Odisha News

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି: ଆତିଶି

ନୂଆଦିଲ୍ଲୀ: ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ଆତିଶି । ଦିଲ୍ଲୀର ସରକାରୀ କର୍ମଚାରୀମାନେ ଆଚରଣ ବିଧିର ବାହାନା କରି ବୈଠକକୁ ଆସିବା ବନ୍ଦ କରି ଦେଇଛନ୍ତି ବୋଲି କହିଛନ୍ତି ଆତିଶି । ଆତିଶି କହିଛନ୍ତି ଯେ, ୨୦ ବର୍ଷ ପୁରୁଣା ମାମଲାକୁ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବରଖାସ୍ତ କରାଯାଇଗଲା । ଅରବିନ୍ଦ କେଜ୍ରିୱାଲଙ୍କୁ ବିନା କୌଣସି ପ୍ରମାଣରେ ମିଛ ଆରୋପ ଲଗାଇ ଇଡି ଗିରଫ କଲା । କାହିଁକି ନା ବିଜେପି ଏହା ଜାଣିଛି ଯେ, ଦିଲ୍ଲୀରେ ସେ ଯେତେ ବି ବଳ ପ୍ରୟୋଗ କଲେ ମଧ୍ୟ କେଜ୍ରିୱାଲଙ୍କୁ ପରାସ୍ତ କରିପାରିବନି ।

ଆତିଶି ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି । ଭାଜପା ଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ଏଠାରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ପୋଷ୍ଟ କରାଯାଉ ନାହିଁ। ଅନେକ ବିଭାଗ ଖାଲି ଅଛି, ଯେଉଁଠାରେ ଅଧିକାରୀମାନେ ଉପସ୍ଥିତ ନାହାଁନ୍ତି । ସରକାର କାମ କରୁନଥିବା କାରଣରୁ ଦିଲ୍ଲୀର ଏଲଜି ମଧ୍ୟ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖୁଛି। ବିନା କାରଣରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ହଟାଯାଉଛି। ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଥିବା ଏହି ସବୁ ସୂଚନାରୁ ଜଣାପଡିଛି ବୋଲି କହିଛନ୍ତି ଆତିଶି ।

 

Comments are closed.