ଭୁବନେଶ୍ବର : ନିଲାମ ବେଳେ ଖୁବ୍ ମହଙ୍ଗାରେ ବିକ୍ରି ହେଲେ । କିନ୍ତୁ ପ୍ରଦର୍ଶନ ବେଳକୁ ହୋଇଗଲେ ଶସ୍ତା । ଭାରତରେ ଚାଲିଥିବା କ୍ରିକେଟ୍ ଫେଷ୍ଟିଭାଲ ଆଇପିଏଲରେ ସାମିଲ ହୋଇଛନ୍ତି ଦେଶ ଦୁନିଆର ବହୁ ନାମୀ ଖେଳାଳି । ନିଲାମ ବେଳେ ଖେଳାଳିଙ୍କୁ ମନଇଚ୍ଛା ଦରରେ କିଣିଲେ ଫ୍ରାଂଚାଇଜ୍ । କିନ୍ତୁ ଅସଲ ଲଢ଼େଇ ବେଳକୁ ଫିକା ପଡ଼ିଯାଉଛି ପ୍ରଦର୍ଶନ ।
ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ହୋଇଛନ୍ତି ମିଚେଲ୍ ଷ୍ଟାର୍କ । ଏହି ଅଷ୍ଟ୍ରେଲୀୟ ପେସର୍ଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଜଣେ ଫାଷ୍ଟ ବୋଲର ଏତେ ଟଙ୍କାରେ ନିଲାମ ହେବା, ହୁଏତ କ୍ରିକେଟ୍ ଇତିହାସରେ କେବେ ଦେଖିବାକୁ ମିଳିନି। କିନ୍ତୁ ଏପର୍ଯ୍ୟନ୍ତ କେକେଆର ପକ୍ଷରୁ ୭ଟି ମ୍ୟାଚ୍ ଖେଳିଥିଲେ ବି ସେଭଳି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିଲା ନାହିଁ । ୱିକେଟ୍ ତ ସେତେଟା ନେଲେ ନାହିଁ ବରଂ ଏହି କଙ୍ଗାରୁ ବୋଲରଙ୍କୁ ଖୁବ୍ ଧୁଲେଇ କରିଛନ୍ତି ବ୍ୟାଟର । ଏପର୍ଯ୍ୟନ୍ତ ୨୫ ଓଭର ବୋଲିଂ କରିଥିବା ଷ୍ଟାର୍କ ଖାଇଛନ୍ତି ୨୮୭ ରନ୍ । ଆଉ ନେଇଛନ୍ତି ମାତ୍ର ୭ ୱିକେଟ୍ ।
ଷ୍ଟାର୍କଙ୍କ ପ୍ରତି ବଲ୍ର ହିସାବ ଲଗାଇଲେ, ଶାହରୁଖ୍ ଖାନଙ୍କ ଫ୍ରାଂଚାଇଜ ତାଙ୍କୁ ବଲ୍ ପିଛା ୭ଲକ୍ଷ ୪୦ହଜାର ଟଙ୍କା ଦେବ । ଅର୍ଥାତ୍ ଷ୍ଟାର୍କ ଖେଳନ୍ତୁ ବା ନଖେଳନ୍ତୁ, ଆଇପିଏଲ୍ ଶେଷ ହେଲା ବେଳକୁ ତାଙ୍କ ଆକାଉଂଟକୁ ୨୪ କୋଟି ୭୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଯାଇଥିବ । ବଡ଼ କଥା ହେଉଛି, ଟି-୨୦ ଫର୍ମାଟ୍ରେ ଯେଉଁ ବୋଲରଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ରହିନାହିଁ, ସେଭଳି ଖେଳାଳିଙ୍କୁ କେମିତି କୋଲକାତା ନାଇଟ୍ ରାଇଡର୍ସ ଏତେ ଟଙ୍କା ଦେଇ କିଣିଲା । କେବଳ ଷ୍ଟାର୍କ ନୁହଁନ୍ତି, ଆଇପିଏଲ୍ରେ ଅନେକ ଖେଳାଳି ନିଲାମ ହୋଇଛନ୍ତି, ଯେଉଁମାନଙ୍କୁ ମୋଟା ଅଙ୍କରେ ଫ୍ରାଂଚାଇଜମାନେ କିଣିଛନ୍ତି ସତ, କିନ୍ତୁ ପ୍ରଦର୍ଶନରେ ସେମାନେ ପୂରା ଜିରୋ।
BREAKING NEWS
- ପ୍ରେମ କଲା ବାୟା; ପ୍ରେମୀ ସହ ମିଶି ସ୍ବାମୀଙ୍କୁ ଗ୍ରାଇଣ୍ଡିଂ କରିଦେଲେ…
- ସୁଜାତା ରାଜନୀତିକୁ ଆସିବା ଠିକ ନୁହେଁ, ନବୀନ ଆମର ନେତା
- ହକି: ଗୋଟିଏ ମ୍ୟାଚରେ ୫୦ ଗୋଲ ସ୍କୋର କଲା ଓଡିଶା
- ନିଜକୁ ଗୁଳି କଲେ ପୂର୍ବତନ ଆଇଜି, ସୁଇସାଇଡ ନୋଟରୁ ମିଳିଲା ଆଶ୍ଚର୍ଯ୍ୟଜନକ ଖବର..
- କେବେ ରିଲିଜ ହେବ “ଦୃଶ୍ୟମ ୩”; ଡେଟ୍ ଆନାଉନ୍ସ କଲେ…
- ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍
- ଧୂରନ୍ଧରର ସଫଳତା ପରେ ବର୍ଡରରେ ଅଭିନୟ କରିବେ ଅକ୍ଷୟ
- ବିଜେପିକୁ ମିଳିଛି ୬୬୫୪ କୋଟି; ଜାଣନ୍ତୁ ଆଉ କେଉଁ ଦଳକୁ କେତେ ମିଳିଛି ଚାନ୍ଦା…
- ନକ୍ସଲଙ୍କ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ବଂସ କଲେ ସୁରକ୍ଷା ବାହିନୀ
- ଏହି ଦେଶରେ ନାହିଁ ଗୋଟିଏ ବି ରେଳ ଷ୍ଟେସନ, ଯାତାୟାତ ପାଇଁ ବସ୍ ଉପରେ ନିର୍ଭର କରନ୍ତି ଲୋକେ
Comments are closed.