Latest Odisha News

BREAKING NEWS

ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଦୀନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଛି । ଦୀନେଶ ପ୍ରତାପ ସିଂ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ରାଏବରେଲିର ପୂର୍ବତନ ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ତେବେ କଂଗ୍ରେସ ପକ୍ଷରୁ ରାଏବରେଲିରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

ନାମାଙ୍କନ ଦାଖଲର ସମୀୟସୀମା ଆସନ୍ତାକାଲି ଶେଷ ହେଉଛି। ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଦୁଇ ଆସନ ପାଇଁ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଜୋର ଧରିଛି। ୨୦୧୯ରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଦୀନେଶ ପ୍ରତାପ ସିଂ । ସେହି ସମୟରେ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଦୀନେଶ ପ୍ରତାପ ସିଂଙ୍କ କାନ୍ଧରେ ହାତ ରଖିଥିଲେ ।ଯାହା ବେଶ ଭାଇରାଲ ହୋଇଥିଲା । ଏହା ପରେ ହିଁ ତାଙ୍କର ସ୍ଥିତି ବିଜେପିରେ ବୃଦ୍ଧି ପାଇବାରେ ଲାଗିଲା । ପୂର୍ବରୁ ଦୀନେଶ କଂଗ୍ରେସରେ ଥିଲେ ।ସେ ସଞୟ ସେଠଙ୍କ ରାଜ୍ୟସଭା ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଏକ ସୂତ୍ରରୁ ଜଣାପଡେ ।

Comments are closed.