Latest Odisha News

ପାଣି ପାଇଁ ପଞ୍ଚାୟତ ଅଫିସ ଘେରାଉ କଲେ ଗ୍ରାମବାସୀ

କୋରାପୁଟ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ ଦାଉ ସାଧୁଛି ଜଳ ସଂକଟ । ପାଣି ଟୋପାଏ ପାଇଁ ଡହଳ ବିକଳ ବଣ୍ଡାଗୁଡା ଗ୍ରାମବାସି । ଅଭିଯୋଗ କଲେ ଶୁଣୁ ନାହାନ୍ତି ବିଡ଼ିଓ ବିଭାଗୀୟ ଅଧିକାରୀ । ପାଣି ମୁନ୍ଦାଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାର ବଣ୍ଡାଗୁଡା ଗାଁରେ ।

ସୂଚନା ଅନୁସାରେ, ବୋରିଗୁମ୍ମା ବଣ୍ଡାଗୁଡା ଗାଁରେ ଅନେକ ଦିନ ଧରି ପାଣି ସମସ୍ୟା ଲାଗି ରହିଛି । ଗାଁରେ ପାଣି ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ପାଇପ ଯୋଗେ ପାଣି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛି ଲୋକେ ପାଇପ ଲାଇନ କାଟି ମୋଟର ଯୋଗେ ନିଜ ନିଜ ଘରକୁ ପାଣି ନେଉଥିବା ଫଳରେ ଅନ୍ୟ ମାନେ ପାଣି ପାଇ ପାରୁ ନାହାଁନ୍ତି । ଗାଁ ମହିଳା ମାନେ ପାଣି ପାଇଁ ପ୍ରାୟ ଏକ କିଲୋମିଟର ବାଟ ଆସି ନିକଟରେ ଥିବା ମନ୍ଦିର ରୁ ପାଣି ନେବାକୁ ପଡୁଛି ।

ମନ୍ଦିରରୁ ପାଣି ନେଇ ପୁଣି ରାଜପଥ ପାର କରି ଯିବାକୁ ପଡେ । ସେସମୟରେ ଅନେକ ଥର ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ଦେଖିବାକୁ ମଧ୍ୟ ମିଳିଛି । ତେବେ ପାଣି ସମସ୍ୟା ସମ୍ପର୍କରେ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ନେତାଙ୍କୁ ଅଭିଯୋଗ କରିଛନ୍ତି ଗାଁ ଲୋକେ । କିନ୍ତୁ ଫଳ ଶୁନ । ଶେଷରେ ଆଜି ଗରା ମାଠିଆ ଧରି ମହିଳା ମାନେ ବଣ୍ଡାଗୁଡା ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଯେ ପର୍ଯ୍ୟନ୍ତ ପାଣି ସମସ୍ୟା ଦୂର ହୋଇ ନାହିଁ ସେ ପର୍ଯ୍ୟନ୍ତ ଏମିତି ଧାରଣା ରେ ବସିବେ ନଚେତ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.