ନୂଆଦିଲ୍ଲୀ: ସାଉଥ ସିନେମା ଜଗତର ପୁଷ୍ପା ରାଜ୍ ତଥା ସୁପର୍ଷ୍ଟାର୍ ଅଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ହେଲା ମାମଲା । ଅଲୁ ଅର୍ଜୁନ ଏବଂ YSRCP ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଉପରେ ଉପରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ନନ୍ଦୟାଲା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଅଭିନେତା ଅଲୁ ଅର୍ଜୁନ ଏବଂ YSRCP ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ।
ସୂଚନା ଅନୁଯାୟୀ, ଶନିବାର ଦିନ ସମାବେଶ ପାଇଁ ବିନା ଅନୁମତିରେ ବିଧାୟକ ରେଡ୍ଡୀ ଅଲୁ ଅର୍ଜୁନଙ୍କୁ ନିମନ୍ତ୍ରଣ କରିଥିବା ଅଭିଯୋଗ ହୋଇଛି। ବିଧାୟକ ରେଡ୍ଡୀଙ୍କ ନିମନ୍ତ୍ରଣରେ ଅଲୁ ଅର୍ଜୁନ ତାଙ୍କ ଘରକୁ ଯାଇଥିଲେ । ବିଧାୟକଙ୍କ ଘରକୁ ସୁପରଷ୍ଟାର ଅଲୁ ଅର୍ଜୁନ ଆସିଥିବା ଜାଣିବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା। ଏଭଳି ସ୍ଥିତିରେ ନିର୍ବାଚନ ପ୍ରଚାରର ଶେଷ ଦିନରେ ଅଲୁ ଅର୍ଜୁନ ବିଧାୟକଙ୍କ ଘରକୁ ଯିବା ଓ ଲୋକଙ୍କ ଭିଡ ଜମିବା ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଛି। ଏହି ଅଭିଯୋଗରେ ଉଭୟ ବିଧାୟକ ରେଡ୍ଡୀ ଓ ଅଲୁ ଅର୍ଜୁନଙ୍କ ବିରୋଧରେ ପୁଲିସ ଏଫ୍ଆଇଆର୍ ରୁଜୁ କରିଛି ।
ସେପଟେ ଅଲୁ ଅର୍ଜୁନ ଏହି ମାମଲାକୁ ନେଇ କହିଛନ୍ତି ଯେ ସେ ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ । ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରନ୍ତି ନାହିଁ । ସେ କହିଛନ୍ତି ମୁଁ ମୋର ନିଜ ଇଚ୍ଛାରେ ଏଠାକୁ ଆସିଛି । ଯଦି ମୋର ବନ୍ଧୁ କୌଣସି ସାହାଯ୍ୟ ଆବଶ୍ୟକ କରନ୍ତି ,ତେବେ ମୁଁ ସାହାର୍ଯ୍ୟ କରିବି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ କୌଣସି ରାଜନୈତିକ ଦଳକୁ ସମର୍ଥନ କରୁଛି। ସୂଚନାଥାଉକି, ଆନ୍ଧ୍ରପ୍ରଦେଶରେ ଆସନ୍ତାକାଲି ଅର୍ଥାତ ମେ ୧୩ ରେ ଭୋଟ ଦେବେ ଜନତା । ଏଥିପାଇଁ ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି।
Comments are closed.