ଭୁବନେଶ୍ବର: ଆସନ୍ତା କାଲି ଭୋଟ ଦେବ ଓଡିଶା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ସୁରକ୍ଷା ସୂଚନା ଦେଲେ ପୋଲିସ୍ ଡିଜିପି । ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ଯେପରି ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ ପାଇଁ ହେବ ସେନେଇ ସୁରକ୍ଷା କଡାକଡି କରାଯାଇଛି । ୯ଟି ଜିଲ୍ଲାରେ ୬୨୮୨ଟି ସ୍ଥାନରେ ୭୨୯୮ଟି ପୋଲିଂ ବୁଥ୍ ରହିଛି । ଯେଉଁଥିରେ କି ୫୩୭ଟି ସ୍ଥାନ ନକ୍ସଲ ପ୍ରଭାବିତ ଅଞ୍ଚଳ । ଏଥିପାଇଁ ୧୭ ହଜାର ପୋଲିସ ଫୋର୍ସ ମୁତୟନ କରାଯିବ । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହାନୀ ଓ ୬୬ ପ୍ଲାଟୁନ ଏସପି ଜଗିବେ । ୬ ଶହ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ । ଗୋଟିଏ ମୋବାଇଲ ପାର୍ଟି ୧୦ ରୁ ୧୨ ଟି ବୁଥ୍ ବୁଲି ରିପୋର୍ଟ ନେବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ଅନ୍ତଃରାଜ୍ୟ ଚେକପୋଷ୍ଟ କରାଯାଇଛି । ଆନ୍ଧ୍ର ଓ ଛତିଶଗଡକୁ ଲାଗିଥିବା ଏସବୁ ଚେକ୍ ପୋଷ୍ଟରେ ସିସିଟିଭି ମଧ୍ୟ ରହିଛି । ୫୦ଟି ଆନ୍ତଃଜିଲ୍ଲା ଚେକପୋଷ୍ଟରେ ମଧ୍ୟ ଯାଞ୍ଚ କଡାକଡି କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ୨୧୦ ଟି ଫ୍ଲାଇଙ୍ଗ ସ୍କ୍ବାଡ ଓ ୧୯୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଭୋଟ ସରିବା ପରେ ୧୫ ଟି ଷ୍ଟ୍ରଙ୍ଗ ରୁମରେ ଇଭିଏମକୁ ସୁରକ୍ଷିତ ଭାବେ ରଖାଯିବ । ଇଭିଏମ ଇନର ସର୍କଲ ଦାୟିତ୍ବରେ ଅର୍ଦ୍ଧସାମରିକ, ଆଉଟରେ ସର୍କଲ ଦାୟିତ୍ବରେ ଏସଏପି ନିୟୋଜିତ ରହିବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ ନକ୍ସଲ ପ୍ରଭାବିତ ଜିଲ୍ଲା ହୋଇଥିବାରୁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାଓ ପ୍ରଭାବିତ ଅଞ୍ଚଳକୁ ହେଲିପ୍ୟାଡରେ ପୋଲିଂ ଟିମ୍ ଯିବେ । ନୂଆପଡାର ସୁନାବେଡାକୁ ୭ଟି ପୋଲିଂ ପାର୍ଟି ହେଲିକପ୍ଟରରେ ଯାଇଛନ୍ତି । ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ ଆୟୋଗ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ଡିଜିପି । ଏଥିସହିତ ଏକ ଏୟାର ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି ।
BREAKING NEWS
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ
- Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…

Comments are closed.