Latest Odisha News

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଲେଢଇ: ୭୪ ପ୍ରତିଶତ ମତଦାନ, ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସଂପନ୍ନ ହୋଇଛି। ଆସନ୍ତା ୫ ବର୍ଷ ପାଇଁ ନେତାଙ୍କ ଭାଗ୍ୟର ଫଇସଲା ହୋଇଛି। ଶାନ୍ତିଶୃଙ୍ଖଳାର ସହ ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ। କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ସହ ୨୮ଟି ବିଧାନସଭା ଆସନରେ ଭୋଟରମାନେ ବେଶ ଉତ୍ସାହର ସହ ନିଜର ମତ ସାବ୍ୟସ୍ତ କରିଛନ୍ତି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ପ୍ରାୟ ୭୪ ପ୍ରତିଶତ ମତଦାନ ହୋଇଛି।

କିଛି ବୁଧରେ ବିଳମ୍ବିତ ରାତି ଯାଏ ଭୋଟ ଗ୍ରହଣ ଜାରି ହୋଇଥିବାରୁ ଚୂଡ଼ାନ୍ତ ମତଦାନ ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପ୍ରଥମ ଦଫାରେ ୪ ଲୋକସଭା ଓ ୨୮ ବିଧାନସଭାରେ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟରମାନେ ଇଭିଏମରେ ସିଲ୍ କରିଛନ୍ତି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୭୭ପ୍ରତିଶତ ଭୋଟ୍‌ ପଡ଼ିଥିବା ସୂଚନା ମିଳିଛି। ‌ସେହିପରି ମାଲକାନଗିରି ଜିଲ୍ଲା ବ୍ୟତୀତ ଅନ୍ୟ ତିନିଟି ଜିଲ୍ଲାରେ ଭୋଟ୍‌ ବର୍ଜନ ନିଷ୍ପତ୍ତିରେ ଅଟଳ ରହି ଶହ ଶହ ଭୋଟର ମତଦାନ କରିନାହାନ୍ତି। ରାତି ସାଢ଼େ ୯ଟା ସୁଦ୍ଧା ମିଳିଥିବା ଖବର ଅନୁସାରେ ନବରଙ୍ଗପୁର ଜିଲ୍ଲାର କିଛି ବୁଥ୍‌ରେ ମତଦାନ ଜାରି ରହିଥିଲା।

କଳାହାଣ୍ଡିରେ ୬୭.୩୭ ପ୍ରତିଶତ, ନୂଆପଡାରେ ୬୬.୩୫ ପ୍ରତିଶତ, ଗଜପତିରେ ୬୩.୭୧ ପ୍ରତିଶତ, ରାୟଗଡ଼ାରେ ୬୨.୯୬ ପ୍ରତିଶତ, କୋରାପୁଟରେ ୬୧.୨୨ ପ୍ରତିଶତ ଭୋଟ୍ ପଡିଛି । ମତଦାନ ପାଇଁ ରାଜ୍ୟର ବିଭିନ୍ନ ପୋଲିଂ ବୁଥ୍ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଡା ସୁରକ୍ଷା ଭିତରେ ଯାଇ ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ଭୋଟର ।

Comments are closed.