ଭୁବନେଶ୍ୱର: ନିର୍ବାଚନ ବେଳେ ଭୋଟରଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କ ଆଧାର ଏବଂ ମୋବାଇଲ୍ ଫୋନ୍ ବିବରଣୀ ସଂଗ୍ରହ କରୁଥିବା ନେଇ ସୂଚନା ମିଳିଛି। ଏହାପରେ ନିର୍ବାଚନୀ ଅଧିକାରୀ ଉଦବେଗ ପ୍ରକାଶ କରି କହିଛନ୍ତି, ଭୋଟରମାନେ ନିଜର ବ୍ୟକ୍ତଗତ ତଥ୍ୟ ପ୍ରଦାନ କରନ୍ତୁ ନାହିଁ।
ଏଭଳି ସମ୍ବେଦନଶୀଳ ତଥ୍ୟ ସଂଗ୍ରହ ବନ୍ଦ କରିବାକୁ ରାଜନୈତିକ ଦଳ ଗୁଡ଼ିକୁ ଅନୁରୋଧ କରି ନିକୁଞ୍ଜ ଧଳ। ଏଥିସହ କହିଛନ୍ତି, କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ଆଧାର ଓ ମୋବାଇଲ ନମ୍ବର ଦିଅନ୍ତୁ ନାହିଁ ମତଦାତା। ଏପରି କରି ଭୋଟରମାନେ ନିଜର ଗୋପନୀୟତା ରକ୍ଷା କରିବା ଆବଶ୍ୟକ।
ଏହି ଆଡଭାଇଜରି ବ୍ୟତୀତ ନିକୁଞ୍ଜ ଧଳ ରାଉରକେଲାରେ ନିର୍ବାଚନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଆଇନ ଶୃଙ୍ଖଳା, ଯୋଗାଯୋଗ ବ୍ୟବସ୍ଥା ଏବଂ ନିର୍ବାଚନ ଖର୍ଚ୍ଚର ତଦାରଖ ସମେତ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଛନ୍ତି। ଉଦ୍ଦେଶ୍ୟ ହେଉଛି ଏପରି ଏକ ନିର୍ବାଚନ ସୁନିଶ୍ଚିତ କରିବା ଯାହା କେବଳ ନିରପେକ୍ଷ ଏବଂ ନିରପେକ୍ଷ ନୁହେଁ ବରଂ ଅନ୍ତର୍ଭୁକ୍ତ ଏବଂ କୌଣସି ଅଯଥା ପ୍ରଭାବରୁ ମୁକ୍ତ । ଉଲ୍ଲେଖଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ, ବଲାଙ୍ଗୀର ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି।
ସେହିପରି ସାଇବର ଠକମାନେ ଲୋକଙ୍କୁ ଫୋନ୍ କରି ସେମାନଙ୍କ ଭୋଟର ପରିଚୟ ପତ୍ରର ବିବରଣୀ ଅନଲାଇନରେ ଅପଡେଟ୍ କରିବାକୁ କହୁଛନ୍ତି। ଏପରି ଠକଙ୍କ ନୀତିକୁ ଆପଣାଇଲେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି। ଏହି ଠକଙ୍କ ଜାଲରେ ଫସିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ କମିଶନରେଟ୍ ପୁଲିସ ଲୋକଙ୍କୁ ସଚେତନ ହେବାକୁ ଅନୁରୋଧ କରିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏହି ଠକମାନଙ୍କ ବିରୋଧରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
Comments are closed.