ନୂଆଦିଲ୍ଲୀ: ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍ ‘ମାନବ ଚାଲାଣକାରୀ’ ବାର୍ଜାନ୍ ମାଜିଦ୍ । ୟୁରୋପର ଅଧିକାଂଶ ଦେଶକୁ ମାନବ ଚାଲାଣ କରୁଥିଲା ବାରଜାନ୍ ମାଜିଦ୍ । ଇରାକର କୁର୍ଦ୍ଦିସ୍ତାନରୁ ବାରଜାନ୍ ମାଜିଦକୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛି ଲଣ୍ଡନର ନେସନାଲ କ୍ରାଇମ୍ ଏଜେନ୍ସି ।
ସୂଚନା ଅନୁସାରେ, ୟୁରୋପର ଅଧିକାଂଶ ଦେଶକୁ ମାନବ ଚାଲାଣ କରୁଥିଲା ବାରଜାନ୍ ମାଜିଦ୍ । ‘ ଦ ସ୍କର୍ପିଓନ୍’ ନାମରେ ନାମିତ ମାଜିଦ୍ ଏବଂ ତାର ଗ୍ୟାଙ୍ଗ ୧୦,୦୦୦ରୁ ଅଧିକ ଲୋକଙ୍କୁ ଚାଲାଣ କରିଛନ୍ତି । ନଭେମ୍ବର ୨୦୨୨ରେ ସେ ମାନବଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଦୋଷୀ ସାବ୍ୟସ୍ତ ହେବା ସହ ତାକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୯,୬୮,୦୦୦ ୟୁରୋ ଜୋରିମାନାରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ପୋଲିସକୁ ଚକମା ଦେଇ ମାଜିଦ୍ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲା । ଫେରାର ହେବା ପରେ ଲଣ୍ଡନ ଓ ବେଲିଜିୟମର ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ତାକୁ ଧରିବାକୁ ଅନେକ ପ୍ରୟାସ କରିଥିଲେ । ତାକୁ ଧରିବାକୁ ଯାଇ ଏଯାବତ୍ ପୋଲିସ ୨୬ ଜଣଙ୍କୁ ମଧ୍ୟ ଗିରଫ କରିଛି । ଶେଷରେ ଇରାକ୍ର କୁର୍ଦ୍ଦିସ୍ତାନରେ ସେ ଥିବା ନେଇ ସୂଚନା ପାଇବା ପରେ ଏକ ସ୍ଵତନ୍ତ୍ର ଅପରେଶନ କରି ତାକୁ ଗିରଫ କରିଛି ପୋଲିସ ।
Comments are closed.