Latest Odisha News

‘ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’

ଅନୁଗୁଳ: ରାଉରକେଲା ଓ ଦେବଗଡ ପରେ ଅନୁଗୁଳର ଛେଣ୍ଡିପଦାରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କୁଆଡ଼େ ଗଲା ଆଚ୍ଛେଦିନ ?

ପାଣ୍ଡିଆନ ଆହୁରି କହିଛନ୍ତି, ଏମ୍‍ସିଏଲ ପ୍ରତିବର୍ଷ ଓଡ଼ିଶାରୁ କୋଇଲା ବାବଦକୁ ୨୫ ରୁ୨୭ ହଜାର କୋଟି ଟଙ୍କା ପାଉଛି, ଓଡ଼ିଶାକୁ ଦେଉଛି ମାତ୍ର ୪ ହଜାର କୋଟି ।

ଅନ୍ୟପଟେ, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେପି କହିଥିଲା ଧାନର ସର୍ବନିମ୍ନ ସହାୟକ ମୁଲ୍ୟକୁ ଦୁଇ ଗୁଣ କରିବେ, ତେଲ ଦର କମାଇବେ, ଏଲ୍‍ପିଜି ଦର କମାଇବେ, ପେଟ୍ରୋଲ, ଡିଜେଲ ଦର କମାଇବେ, ୧୦ ବର୍ଷ ମଧ୍ୟରେ କମାଇଲେ କି ? ଏବେ ନିର୍ବାଚନ ଆସିଲା ମା’ମାନଙ୍କୁ, ଚାଷୀମାନଙ୍କୁ ମନେ ପକାଉଛନ୍ତି ।

ସେ ନାଁ ନନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ସେ ଚାହିଁଥିଲେ ଛେଣ୍ଡିପଦା ଓ ଦେବଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଥାନ୍ତେ, ଖୋଲିଲେ କି? କେନ୍ଦ୍ରମନ୍ତ୍ରୀ ଆପଣଙ୍କ ସ୍ୱାର୍ଥରକ୍ଷା ପାଇଁ କେବେ ବି ଲଢ଼ିନାହାନ୍ତି କି ଲଢ଼ିପାରିବେ ନାହିଁ ? ଏ ମାଟିର ସ୍ୱରକୁ କେବେ ବି କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚାଇ ନାହାନ୍ତି ?

କେନ୍ଦ୍ରରେ ତୈଳମନ୍ତ୍ରୀ ଥିବାବେଳେ ପ୍ରତି ୩ ମାସକୁ ଥରେ ତାଙ୍କ ଦସ୍ତଖତରେ ତେଲ ଏବଂ ୨ ମାସରେ ଥରେ ଏଲ୍‍ପିଜି ଦର ବୃଦ୍ଧି କରାଗଲା, କ୍ଷମତା ପାଇଲେ ଏଲ୍‍ପିଜି ଦର ପୁଣି ବୃଦ୍ଧି କରିବେ । ତାଙ୍କ ଦସ୍ତଖତ ମା’ ମାନଙ୍କ ଆଖିରେ ଲୁହ ଦେଇଛି, କଷ୍ଟ ଦେଇଛି, ମା’ ମାନେ ତାଙ୍କୁ କ୍ଷମା କରିବେ କି? ବୋଲି ଜନତାଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ସେ ଆହୁରି କହିଛନ୍ତି ତାଙ୍କ ବସ୍ ଙ୍କ ସାମ୍ନାରେ ସେ ମୁହଁ ଖୋଲି ପାରିବେ ନାହିଁ, କ୍ଷମତା ପାଇଲେ ମିଶନ ଶକ୍ତି ବନ୍ଦ କରିଦେବେ । ସେମାନଙ୍କ ଅସଲ ଚେହେରା କୁ ଭଲ ଭାବରେ ଚିହ୍ନି ରଖନ୍ତୁ ।

ଏବେ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ ବୋଲି କହିଲା ପରେ ବିଜେପିର ନିଦ ଭାଙ୍ଗି ଯାଇଛି, ସେମାନେ କହୁଛନ୍ତି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ, ଏଥିପାଇଁ ଆପଣଙ୍କୁ ୪୦ ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ବୋଲି ପାଣ୍ଡିଆନ କହିଛନ୍ତି ।

 

Comments are closed.