Latest Odisha News

BREAKING NEWS

ଗିରଫ ହେଲେ ଝାଡଖଣ୍ଡ ମନ୍ତ୍ରୀ ଆଲାମଗିର ଆଲାମ

ରାଞ୍ଚି: ଝାଡଖଣ୍ଡ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମଗିର ଆଲାମଙ୍କୁ ଗିରଫ କରିଛି ଇଡି । ମନ୍ତ୍ରୀଙ୍କ ସଚିବଙ୍କ ଘରୁ ୩୭ କୋଟି ଟଙ୍କା ମିଳିବା ଘଟଣାରେ ଆଜି ପଚରାଉଚରା ପାଇଁ ଇଡି ଆଲାମଗିର ଆଲାମକୁ ଡାକିଥିଲା । ତେବେ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ତାଙ୍କୁ ଇଡି ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଆଲାମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୀବ କୁମାର ଲାଲଙ୍କ ଘରୁ ୩୭ କୋଟିରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଜବତ କରିଥିଲା ଇଡି । ଏନେଇ ଇଡି ତାଙ୍କୁ ପଚରାଉଚରା କରୁଥିଲ। ଗତକାଲି ମଧ୍ୟ ଇଡି ଆଲାମକୁ ୧୦ ଘଣ୍ଟା ପଚରାଉଚରା କରିଥିଲା । ତେବେ ଉକ୍ତ ମାମଲାରେ ଆଲାମଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୀବ କୁମାର ଲାଲ ଏବଂ ତାଙ୍କ ଘରୋଇ ସହାୟତା ଜାହାଙ୍ଗୀ ଆଲାମଙ୍କୁ ମଧ୍ୟ ଗିରଫ କରିଛି ଇଡି ।

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ନିଜର ବୟାନ ରେକର୍ଡ କରିବା ପାଇଁ ଆଲାମଙକୁ ରାଞ୍ଚିସ୍ଥିତ ଇଡିର ଜୋନାଲ ଅଫିସରେ ପହଞ୍ଚିବାକୁ କୁହାଯାଇଥିଲା । ଏହି ଅର୍ଥ ହେରଫେର ଅନୁସନ୍ଧାନ ରାଜ୍ୟର ଗ୍ରାମୀଣ ବିକାଶ ବିଭାଗରେ ହୋଇଥିବା ଅନିୟମିତତା ସହ ଜଡିତ।

Leave A Reply

Your email address will not be published.