Latest Odisha News

BREAKING NEWS

ଚାରିଧାମ ଯାତ୍ରାରେ ଯାଇ ୧୧ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଅଫଲାଇନ ରେଜିଷ୍ଟେ୍ରଶନ

ଡେରାଡୁନ: ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଚାରିଧାମ ଯାତ୍ରା ଆରମ୍ଭ ହେବାର ଇତି ମଧ୍ୟରେ ବିତିଛି ୫ଦିନ । ସବୁଠୁ ବଡ କଥା ହେଉଛି କେଦାରନାଥ ଧାମର କବାଟ ଖୋଲିବା ଦିନରୁ ହିଁ ଲାଗିରହିଛି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ । ତେବେ ଖବର ମିଳିଛି ଯେ, ଏହି ୫ ଦିନ ମଧ୍ୟରେ ଚାରିଧାମ ଦର୍ଶନ କରିବାକୁ ଆସିଥିବା ୧୧ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ସେପଟେ ଚାରି ଧାମ ଯାତ୍ରା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡରେ ପହଞ୍ଚୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଦୁଇ ଦିନ ଲାଗି ଅଫଲାଇନ ରେଜିଷ୍ଟ୍ରେଶନ ବନ୍ଦ କରିଛି ପ୍ରଶାସନ ।

ସୂଚନାଯୋଗ୍ୟ ଯେ, ବଢୁଥିବା ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ୨ ଦିନ ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ବନ୍ଦ ରଖିଛି । ୧୫ ଏବଂ ୧୬ ମଇ ଅର୍ଥାତ୍ ଆଜି ଏବଂ ଆସନ୍ତାକାଲି ପାଇଁ ଅଫଲାଇନ ରେଜିଷ୍ଟେ୍ରଶନ ବନ୍ଦ ରହିଛି । ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ଗଡୱାଲ ଆୟୁକ୍ତ ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ, ୧୫ ଏପ୍ରିଲରୁ ଏପର୍ଯ୍ୟନ୍ତ ଭିତରେ ୨୬,୭୩,୫୧୯ ଜଣ ରେଜିଷ୍ଟ୍ରେଶନ କରିଥିଲେ । ଗଙ୍ଗୋତ୍ରୀ ଯାତ୍ରା ପାଇଁ ୪,୨୧,୩୬୬ ରେଜିଷ୍ଟ୍ରେଶନ କରାଯାଇଥିବା ବେଳେ ଯମୁନେତ୍ରୀ ପାଇଁ ୪,୭୮,୫୭୬ ଜଣ ରେଜିଷ୍ଟ୍ରେଶନ କରିଛନ୍ତି । ସେହିଭଳି ହେମକୁଣ୍ଡ ସାହିବ ଲାଗି ଏବେ ପର୍ଯ୍ୟନ୍ତ ୫୯ହଜାରରୁ ଅଧିକ ଲୋକଙ୍କ ରେଜିଷ୍ଟ୍ରେଶନ ହୋଇଛି । କହିରଖୁଛୁ ଯେ ହେମକୁଣ୍ଡ ସାହିବଙ୍କ କବାଟ ୨୫ ମଇରେ ଖୋଲିବ । କହିରଖୁଛୁ ଯେ, ଚାରି ଧାମର ରେଜିଷ୍ଟ୍ରେଶନ ହରିଦ୍ବାର ଏବଂ ଋଷିକେଶରେ କରାଯାଉଛି ।

ସେହିପରି ଅନଲାଇନ ମାଧ୍ୟମରେ ଋଷିକେଶରେ ଏବେ ପର୍ଯ୍ୟନ୍ତ ୭୬,୧୨୦ ଜଣ ରେଜିଷ୍ଟ୍ରେଶନ କରିଛନ୍ତି । ଅନ୍ୟପଟେ ହରିଦ୍ବାରରେ ଅଫଲାଇନ ମାଧ୍ୟମରେ ୬୬,୨୫୧ ଜଣ ରେଜିଷ୍ଟ୍ରେଶନ କରିଛନ୍ତି । ଏଯାବତ୍ ୫୯ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯମୁନେତ୍ରୀ ଦର୍ଶନ କରିଥିବା ବେଳେ ୫୧ହଜାରରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗୋତ୍ରୀ ଦର୍ଶନ କରିଛନ୍ତି । ସେହିପରି ୧ଲକ୍ଷ ୨୬ହଜାର ୩୦୬ ଶ୍ରଦ୍ଧାଳୁ କେଦାରନାଥ ଦର୍ଶନ କରିଥିବା ବେଳେ ୩୯ହଜାର ୫୭୪ଶ୍ରଦ୍ଧାଳୁ ବଦ୍ରିନାଥ ଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଚାରିଧାମ ଯାତ୍ରା ସମୟରେ ପ୍ରାୟ ୨୦୦ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଗତ ବର୍ଷ ଯାତ୍ରା ଶେଷ ହେବା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସଂଖ୍ୟା ମୁତାବିକ କେଦାରନାଥରେ ୯୬, ଯମୁନେତ୍ରୀ ଧାମରେ ୩୪, ଗଙ୍ଗୋତ୍ରୀରେ ୨୯, ବଦ୍ରିନାଥ ଧାମରେ ୩୩ ଏବଂ ହେମକୁଣ୍ଡ ସାହିବରେ ୭ ଏବଂ ଗୌମୁଖ ଟ୍ରେକରେ ଜଣଙ୍କର ମୃତ୍ୟୁ ହୋଇଥିଲା

Leave A Reply

Your email address will not be published.