Latest Odisha News

BREAKING NEWS

ଆଗ ନିଷ୍ପତ୍ତି ନିଅନ୍ତୁ, ତା’ପରେ କେଉଁ ରାଜ୍ୟକୁ ଏକ ନମ୍ୱର କରିବେ କହିବେ: ପାଣ୍ଡିଆନ

ଅନୁଗୋଳ: ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଧାନମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ପ୍ରଥମେ ସେମାନେ କୁହନ୍ତୁ, କେଉଁ ରାଜ୍ୟକୁ ଏକ ନମ୍ବର କରିବେ କହି ଅନୁଗୋଳ ସାଧାରଣ ସଭାରେ ବିରୋଧିଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଯାଇ କର୍ଣ୍ଣାଟକରେ କହୁଛନ୍ତି, କର୍ଣ୍ଣାଟକକୁ ଏକ ନମ୍ୱର କରିବେ, ତେଲେଙ୍ଗାନାରେ କହୁଛନ୍ତି, ତେଲେଙ୍ଗାନାକୁ ଏକ ନମ୍ୱର କରିବେ । ଏତେ ଦିନରେ ଗୁଜରାଟକୁ ଏକ ନମ୍ୱର କରିପାରିଲେ କି? ପ୍ରଥମେ ଆଗ ସେମାନଙ୍କ ପାର୍ଲାମେଣ୍ଟାରି ପାର୍ଟି ବୈଠକ କରି ନିଷ୍ପତ୍ତି ନିଅନ୍ତୁ, କେଉଁ ରାଜ୍ୟକୁ ଏକ ନମ୍ୱର କରିବେ? ତା’ପରେ ଏଠାକୁ ଆସି, ଓଡ଼ିଶାର ଏକ ନମ୍ୱର କଥା କହିବେ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟମାନଙ୍କରେ ଡବଲ ଇଞ୍ଜିନ ଚାଲୁଥିଲା, ସବୁ ବନ୍ଦ ହୋଇଗଲାଣି । ବାହାରୁ ଆସି ନବୀନ ବାବୁଙ୍କୁ ଅସମ୍ମାନିତ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦିଅନ୍ତୁ । ଓଡ଼ିଶା ୧ ନମ୍ବର ହେବ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସହଯୋଗରେ । ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେଥିପାଇଁ ନବୀନ ବାବୁଙ୍କ ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

 

Comments are closed.