Latest Odisha News

BREAKING NEWS

‘ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି, ବିଜେପି ସରକାର ଆସିଲେ ଉପଯୁକ୍ତ ପ୍ରାପ୍ୟ ମିଳିବ’

ରାଉରକେଲା: ଚାଲିଛି ନିର୍ବାଚନର ପର୍ବ । ଓଡିଶାରେ ଘନ ଘନ ପ୍ରଚାର କରୁଛନ୍ତି କେନ୍ଦ୍ରୀୟ ନେତା । ଆଜି ମଧ୍ୟ ରାଉରକେଲାର ନିର୍ବାଚନୀ ସଭାରେ ଯୋଗ ଦେଇ ବିରୋଧୀଙ୍କ ଉପରେ ଗର୍ଜିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୫ ଟି ରେ ଜିତିବ ବିଜେପି ଏବଂ ୧୪୭ଟି ବିଧାନସଭା ଆସନରୁ ୭୫ରୁ ଅଧିକରେ ବିଜେପି ବାଜିମାତ୍ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଶାହ ।

ଶାହ ଆହୁରି କହିଛନ୍ତି, ଆବାସ ଯୋଜନାରେ ମୋଦି ସରକାର ଦେଶର ୪ କୋଟି ପରିବାରଙ୍କୁ ପକ୍କା ଘର ଦେଇଛନ୍ତି । ଏହି ଯୋଜନା ଓଡ଼ିଶାରେ ଠିକ୍‌ ଭାବେ ବ୍ୟବହାର ହୋଇପାରି ନାହିଁ । ଓଡ଼ିଶାରେ ଏବେବି ୨୭ ଲକ୍ଷ ପରିବାର ପକ୍କା ଘରରୁ ମଞ୍ଚି ଅଛନ୍ତି । ସେହିପରି ମୋଦିଜୀ ପ୍ରତ୍ୟକ ବ୍ୟକ୍ତିଙ୍କୁ ୫ କେଜି ଚାଉଳ ଦେଉଛନ୍ତି । ହେଲେ ନବୀନ ବାବୁ ଉକ୍ତ ଚାଉଳକୁ ନିଜ ବ୍ୟାଗରେ ଭର୍ତ୍ତି କରି ନିଜ ନାଁ ନେଉଛନ୍ତି । ଜଦି ଦମ୍ ଅଛି ଆଉ ଦୁଇ କେଜି ଚାଉଳ ଦିଅନ୍ତୁ ବୋଲି କହିଛନ୍ତି ଶାହ ।

ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ୍ କରି ଗୃହମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି । ବିଜେପି ସରକାର ଆସିଲେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ । ଆୟୁଷ୍ମାନ ଭାରତ ଲାଗୁ ହେବ । ଓଡ଼ିଶାର ଶାସନ ବ୍ୟବସ୍ଥା ନେଇ ମଧ୍ୟ ଶାହ ଗର୍ଜିଛନ୍ତି । ଓଡ଼ିଶାର ଶାସନ ଓଡ଼ିଆରେ ଚାଲିବ ନା ତାମିଲରେ ଚାଲିବ ବୋଲି ପ୍ରଶ୍ନ କରିଛନ୍ତି । ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି । ସେଥିପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ପୁଣି ଆଜି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ ଉଠାଇଛନ୍ତି ଅମିତ୍ ଶାହ । ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ଗଲା କୁଆଡ଼େ ଗଲା? ଡୁପ୍ଲିକେଟ ଚାବି କେମିତି ତିଆରି ହେଲା? ଡୁପ୍ଲିକେଟ୍‌ ଚାବିରେ ରତ୍ନଭଣ୍ଡାର ଖୋଲାଯାଉଛି କି ବୋଲି ପ୍ରଶ୍ନ ପଚାରିଛନ୍ତି । ଏହା ସହ ଶ୍ରୀମନ୍ଦିର ଚାରି ଦ୍ବାର କାହିଁକି ଖୋଲାଯାଉନାହିଁ ଫଳରେ ଶ୍ରଦ୍ଧାଳୁମାନେ ଗୋଟିଏ ଦ୍ବାର ଦେଇ ପ୍ରବେଶ ଯାହାଦ୍ବାରା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ବିଜେପି ସରକାର ଆସେ ତେବେ ଏସମସ୍ତ ଅସୁବିଧାର ସମାଧାନ ହେବ ।

Leave A Reply

Your email address will not be published.