Latest Odisha News

ଆଜିଠୁ ଆରମ୍ଭ ସିପିଇଟି-୨୪ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର : ଜୁଲାଇ ୩ ରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) । ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଶନିବାର ଠାରୁ ଆବେଦନ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର ୧୮ତାରିଖ ଅପରାହ୍ନ ୪ଟା ପରେ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) ଜୁଲାଇ ୩ ରୁ ୧୪ ପର୍ଯ୍ୟନ୍ତ ହେବ ବୋଲି ଘୋଷଣା କରିଛି  ଉଚ୍ଚଶିକ୍ଷା ବିଭାଗ ।

ଛାତ୍ରଛାତ୍ରୀମାନଙ୍କୁ ମେ ୧୮ତାରିଖରୁ  ମେ ୨୭ ତାରିଖ ରାତି ୧୧ଟା ୪୫ ଭିତରେ ଆବେଦନ କରିବାକୁ ପଡ଼ିବ । ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟ୍କୁ ଯାଇ ନାମ ପଞ୍ଜୀକରଣ କରିପାରିବେ । ଜୁନ ୨୨ ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଆଡ୍‌ମିଟ କାର୍ଡ ଉପଲବ୍ଧ ହେବ। ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବା ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଅଧିକ ତଥ୍ୟ ନିମନ୍ତେ ଛାତ୍ରଛାତ୍ରୀ ମାନେ ଇ-ନାମଲେଖା ହେଲ୍ପଲାଇନ(ଟୋଲ ଫ୍ରି) ନମ୍ବର ୧୫୫୩୩୫/ ୧୮୦୦୩୪୪୬୭୭୦କୁ ଯୋଗାଯୋଗ କରିପାରିବେ ।

Comments are closed.