Latest Odisha News

କିର୍ଗିଜସ୍ଥାନରେ ହିଂସାକାଣ୍ଡ:  ଅନ୍ଧାର ଘରେ ଫସିରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:  ହିଂସାରୁ ବଞ୍ଚିବା ପାଇଁ ଅନ୍ଧାର କାଫେରେ ଲୁଚିଛନ୍ତି କିର୍ଗିଜସ୍ଥାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ । ବର୍ତ୍ତମାନ ହଷ୍ଟେଲରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ଅଛି  ।  ଆମେ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗରେ ରହିଛୁ । ଛାତ୍ରଛାତ୍ରୀଙ୍କ ପାଇଁ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

କିର୍ଗିଜସ୍ଥାନରେ ଟାର୍ଗେଟ୍ ହୋଇଛନ୍ତି ସେଠାରେ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀ । କିର୍ଗିଜସ୍ଥାନର ରାଜଧାନୀ ବିସ୍କେକର ମେଡିକାଲ୍ ୟୁନିଭର୍ସିଟି ହଷ୍ଟେଲରେ ହୋଇଛି ହିଂସାକାଣ୍ଡ । ସେଠାରେ ରହୁଥିବା ଭାରତ, ପାକିସ୍ତାନ ଓ ବାଂଲାଦେଶ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଛନ୍ତି ସ୍ଥାନୀୟଲୋକେ । ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ୟୁନିଭର୍ସିଟି ହଷ୍ଟେଲରେ ଭଙ୍ଗାରୁଜା କରିଥିବାରୁ କିଛି ଛାତ୍ରଛାତ୍ରୀ କାଫେ ଭିତରେ ଲୁଚି ରହିଥିବାର ଭିଡିଓ ସାମ୍ନକୁ ଆସିଛି । ଏହା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ  ୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ଆସିଛି। ସେମାନଙ୍କ ମଧ୍ୟରୁ ୩ଜଣ ପାକିସ୍ତାନୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି ।

ଯାହାର ସୂଚନା ପାଇବା ପରେ, ବର୍ତ୍ତମାନ ହଷ୍ଟେଲରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ଅଛି  ।  ଆାମେ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗରେ ରହିଛୁ । ଛାତ୍ରଛାତ୍ରୀଙ୍କ ପାଇଁ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

ତେବେ ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁଯାୟୀ, କିର୍ଗିଜସ୍ଥାନରେ ପ୍ରାୟ ୧୦,୦୦୦ ଭାରତୀୟ ଛାତ୍ରଛାତ୍ରୀ ଡାକ୍ତରୀ ଅଧ୍ୟୟନ କରୁଛନ୍ତି। । ଶୁକ୍ରବାର ଦିନ ମହାରାଷ୍ଟ୍ରର ଏମବିବିଏସ୍ ଦ୍ୱିତୀୟ ବର୍ଷର ଜଣେ ଛାତ୍ର କହିଛନ୍ତି, ରାତିରେ ଏକ ହଷ୍ଟେଲ ଉପରେ ଆକ୍ରମଣ ହୋଇଥିଲା । ପିଲାମାନେ ଭୟରେ ଥରୁଥିବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି । ଛାତ୍ରଛାତ୍ରୀମାନେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଲାଇଟ୍ ବନ୍ଦ କରି ରଖିଛନ୍ତି ଏବଂ ତାଙ୍କୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ମିଳିଥିବାରୁ ସେମାନଙ୍କ ରୁମକୁ ଖାଇବା ପହଞ୍ଚେଇ ଦିଆଯାଉଛି | ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେ ଅଞ୍ଚଳରେ ପୋଲିସ ମୁତୟନ ସହ ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା ଜାରି ରହିଛି।

Comments are closed.