ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବ ଅଧିନାୟକ ରୋହିତ ଶର୍ମା ଆଇପିଏଲର ବ୍ରଡକାଷ୍ଟରଙ୍କ ଉପରେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଷ୍ଟାର ସ୍ପୋର୍ଟ୍ସକୁ ମନା କରିବା ସତ୍ୱେ ସେ ବ୍ୟକ୍ତିଗତ ଆଲୋଚନାକୁ ପ୍ରସାରଣ କରିଥିଲା । ଏହା ଆଦୌ ଗ୍ରହଣୀୟ ନୁହେଁ । ଭ୍ୟୁୟରଶିପ ଓ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ ସେମାନେ କ୍ରିକେଟରଙ୍କ ଗୋପନୀୟତାକୁ ଲିକ କରୁଛନ୍ତି । ରୋହିତ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କ୍ରିକେଟରଙ୍କ ଜୀବନରେ ଆଉ ଗୋପନୀୟତା ବୋଲି କିଛି ନାହିଁ । ଟ୍ରେନିଂ ସେଶନଠାରୁ ଆରମ୍ଭ କରି ପଡିଆରେ ସାଥୀ ଖେଳାଳିଙ୍କ ସହ କଥା ହେଉଥିବା ଭିଡିଓ ମଧ୍ୟ ସେମାନେ ଛାଡୁ ନାହାନ୍ତି ।
ରୋହିତ କେକେଆରର ସହାୟକ କୋଚ ଅଭିଷେକ ନାୟାରଙ୍କ କଥା ହେଉଥିବା ଭିଡିଓ ଷ୍ଟାର ସ୍ପୋର୍ଟ୍ସ ପ୍ରସାରଣ କରିଥିଲା । ଏହା ଭାଇରାଲ ମଧ୍ୟ ହୋଇଥିଲା । ଧୱଲ କୂଲକର୍ଣ୍ଣୀଙ୍କ ସହ କଥା ହେଉଥିବା ବେଳେ ରୋହିତ କ୍ୟାମେରାମ୍ୟାନକୁ ଅଡିଓ ବନ୍ଦ କରିବା ପାଇଁ କହିଥିଲେ । ଗୋଟିଏ ଅଡିଓ ମୋତେ ଅସୁବିଧାରେ ପକାଇ ସାରିଛି, ଆଉ ହଇରାଣ କରନି । ଏହା ମଧ୍ୟ ବ୍ରଡକାଷ୍ଟର ପ୍ରସାରଣ କରିଥିଲେ । ରୋହିତଙ୍କ ଅଭିଯୋଗକୁ ଅନ୍ୟ ଖେଳାଳିମାନେ ମଧ୍ୟ ସମର୍ଥନ କରିଛନ୍ତି ।
Comments are closed.