ଲକ୍ଷ୍ନୌ: ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏହାରି ଭିତରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଛି । ପ୍ରଥମେ ଭୋଟ୍ ଦିଅ ଏବଂ ତା’ପରେ ଜଳପାନ କର । ମାୟାବତୀ କହିଛନ୍ତି ଯେ, ପୂର୍ବରୁ ଦେଶ ତଥା ଜନସାଧାରଣଙ୍କ ସ୍ୱାର୍ଥ ପ୍ରସଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା କିନ୍ତୁ ଏଥର ଆରୋପ ଏବଂ ପ୍ରତ୍ୟାରୋପ ଉପରେ ନିର୍ବାଚନ ଚାଲିଛି । ଏହା କିନ୍ତୁ ଭଲ କଥା ନୁହେଁ । ଜନସାଧାରଣଙ୍କ ସ୍ୱାର୍ଥ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକ ପ୍ରାଧାନ୍ୟ ଦେବା ଉଚିତ୍ ।
ବିଏସପି କେତେ ସିଟ୍ ଜିତିବ ସେ ସମ୍ପର୍କରେ ମାୟାବତୀ କହିଛନ୍ତି ଯେ, ‘ବର୍ତ୍ତମାନ ଭୋଟ୍ ଚାଲିଛି ଏବଂ ପଞ୍ଚମ ପର୍ଯ୍ୟାୟ ପରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି । ଯେତେବେଳେ ଫଳାଫଳ ଆସିବ, ସେତବେଳେ କ୍ଷୀର ଆଉ ପାଣି ଅଲଗା ହୋଇଯିବ । ବିଜେପିର ୪୦୦ ଟି ଆସନ ଦାବିରେ ମାୟାବତୀ କହିଛନ୍ତି ଯେ, ପ୍ରତ୍ୟେକ ଦଳ ସରକାର ଗଠନ କରୁଛନ୍ତି ବୋଲି ଦାବି କରିଛନ୍ତି । କିନ୍ତୁ ଯେତେବେଳେ ଫଳାଫଳ ଆସିବ, ଆସନ ଏବଂ ସରକାରୀ ଗଠନ ଜଣାପଡିବ’ ।
ମୁଁ ଭାବୁଛି ଏଥର ନିଶ୍ଚିତ ଭାବରେ ଏକ ପରିବର୍ତ୍ତନ ହେବ । ମୁଁ ଅନୁଭବ କରୁଛି ଯେ, ଜନସାଧାରଣ ଚୁପ୍ ଅଛନ୍ତି ଏବଂ ଖୋଲାଖୋଲି ଭାବରେ କିଛି କହୁ ନାହାଁନ୍ତି । ସେ ଏହି ସବୁ ଘଟଣା ଉପରେ ନଜର ରଖିଛନ୍ତି । ମାୟାବତୀ ଇଣ୍ଡିଆ ମେଣ୍ଟର ସରକାର ଗଠନ ଦାବି ବିଷୟରେ କହିଥିଲେ ଯେ, ଗତଥର ପରି ଏଥର ମଧ୍ୟ ସରକାର ଗଠନ ପାଇଁ ସେମାନେ ସମାନ ଦାବି କରୁଛନ୍ତି ବୋଲି ମାୟାବତୀ କହିଛନ୍ତି ।
Comments are closed.