Latest Odisha News

ମନ୍ମଥଙ୍କ ପାଇଁ ଭୋଟ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଭିଡିଓ ମାଧ୍ୟମରେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଏକ ଭିଡିଓ ମାଧ୍ୟମରେ ମନ୍ମଥଙ୍କ ପ୍ରଶଂସା କରି ମନ୍ମଥଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ମନ୍ମଥ ଜଣେ ଯୁବ ପ୍ରତିଭା । ସେ ଜଣେ ସଫଳ ପାଇଲଟ୍ ଥିଲେ । ସେ ତାଙ୍କ ଚାକିରି ଛାଡ଼ି ଭୁବନେଶ୍ୱରବାସୀଙ୍କ ସେବା ପାଇଁ ଫେରିଆସିଛନ୍ତି  । ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ମନ୍ମଥ ତାଙ୍କ ସାଙ୍ଗରେ ମିଶି ଭୁବନେଶ୍ୱର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି କାମ କରିବେ । ଭୁବନେଶ୍ୱରକୁ ୱାର୍ଲଡ୍ କ୍ଲାସ୍ ସହର ଭାବେ ସ୍ଥାପନ କରିବାରେ ମନ୍ମଥ ତାଙ୍କ ସହଯୋଗ କରିବେ ବୋଲି କହିଛନ୍ତି ନବୀନ।

ବିଜେଡି ସୁପ୍ରୀମୋ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ବିଜେପି ସାଂସଦ ଭୁବନେଶ୍ୱର ପାଇଁ କିଛି କରିନାହାନ୍ତି । ଏପରି କି ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ଋୂପାନ୍ତର କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଆଜିର ଯୁଗରେ ରାଜନୀତିରେ ଯୁବ ପିଢ଼ି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଯୁବପିଢ଼ି ସବୁ ବର୍ଗର ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ମନ୍ମଥ ରାଜନୀତିକୁ ଫେରି ଯୁବ ପିଢ଼ିଙ୍କୁ ପ୍ରେରିତ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.