Latest Odisha News

BREAKING NEWS

କେନ୍ଦୁଝରରେ ଶାହାଙ୍କ ବଡ ବୟାନ: ପିଓକେ ଆମର ଥିଲା, ଆଗକୁ ମଧ୍ୟ ରହିବ

କେନ୍ଦୁଝର: କେନ୍ଦୁଝରର ଜନସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଦେଶ ପାଇଁ ମୋଦିଙ୍କ ବିକାଶ ମୂଳକ କାମ ବିଷୟରେ ଶାହ ଉଦାହରଣ ଦେଇ କହିଛନ୍ତି ଯେ, ଦେଶକୁ ସୁରକ୍ଷିତ ରଖିବା କାମ କରୁଛନ୍ତି ମୋଦି । କାଶ୍ମୀରରୁ ଧାରା ୩୭୦ ହଟାଇବା ସହ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଏବେ ପାକ୍‌ ଅଧୀକୃତ କାଶ୍ମୀର ପାଳି ବୋଲି କହିଛନ୍ତି ଶାହ ।

ସେ ଆହୁରି କହିଛନ୍ତି, କଂଗ୍ରେସ ଆମକୁ ପାକିସ୍ତାନ କଥା କହି ଧମକ ଦେଉଛି । କଂଗ୍ରେସକୁ କହୁଛୁ, ପାକ୍‌ ଅଧିକୃତ କାଶ୍ମୀର ଆମର । ଆମେ ତାକୁ ଅଧିକାର କରିବୁ । ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନରେ ପଶି ଆତଙ୍କୀ ଙ୍କୁ ସଫା କରିଛୁ । ଇଣ୍ଡିଆ ମେଣ୍ଟ ଜିତିଲେ ତାଙ୍କର ନେତା କିଏ ହେବ? ସେମାନଙ୍କ ମଧ୍ୟରୁ କେହି ପାକିସ୍ତାନକୁ ମୁହଁତୋଡ ଜବାବ ଦେଇପାରିବ କି ବୋଲି ଶାହ ପ୍ରଶ୍ନ ପଚାରିଛନ୍ତି ।

ଏଥିସହ ବିଜେଡି କୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି, ଓଡ଼ିଆ କଳା, ସାହିତ୍ୟର ସମ୍ମାନ ଏମାନେ କରିପାରିବେ କି? ବିଜେପି ସରକାର ଆସିଲେ, ଓଡ଼ିଆ କହୁଥିବା ଏବଂ ଓଡ଼ିଶାର ଯୁବକ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ । ନବୀନ ବାବୁ ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇ ଯାଇଛନ୍ତି । ରାଜ୍ୟର ୨୫ ଲକ୍ଷ ଲୋକ ବାସହୀନ । ୨୬ ଲକ୍ଷ ଲୋକଙ୍କ ଘରେ ପିଇବା ପାଣିର ସୁବିଧା ନାହିଁ । ହେଲେ ବିଜେପି ସରକାର ଆସିଲେ କେବଳ ୨ ବର୍ଷ ଭିତରେ ପ୍ରତି ବ୍ୟକ୍ତିଙ୍କୁ ଘର ଓ ପାଣି ସୁବିଧା ଯୋଗାଇଦେବୁ ବୋଲି ଶାହ ଦୃଢତାର ସହ କହିଛନ୍ତି ।

ସେ ଆହୁରି କହିଛନ୍ତି ଆଦିବାସୀଙ୍କ ବିକାଶ ପାଇଁ ମୋଦି ବହୁତ କାମ କରିଛନ୍ତି । ମୋଦି ଆଦିବାସୀ ପିଲାଙ୍କ ପାଇଁ ୭୪୦ ଏକଲବ୍ୟ ସ୍କୁଲ କରିଛନ୍ତି । ୪୦ ହଜାର ଆଦିବାସୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । କେନ୍ଦୁପତ୍ର ତୋଳାଳୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କୁ ବୋନସ ଦେବାକୁ ନିଷ୍ପତ୍ତି ନେଇଛି ବିଜେପି । ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି । ଏବେ ଆଦିବାସୀ ସମାଜକୁ ଆଗକୁ ନେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନାରୁ ନକ୍ସଲବାଦ ସଫା କରିଛନ୍ତି ମୋଦି ।

ଖଣିଜ ସମ୍ପଦରେ ଭରପୁର ଥିବା କେନ୍ଦୁଝରରୁ ଖଣିଜ ନେଇ ସାରା ଦେଶ ସମୃଦ୍ଧ ହୋଇଛି । କିନ୍ତୁ କେନ୍ଦୁଝର କିଛି ପାଇନି, କୌଣସି ବିକାଶ ଏଠି ହୋଇନି । କେନ୍ଦୁଝର ଓ ସମ୍ବଲପୁରରେ ୫ ଶହ ବେଡ୍‌ର ହସ୍ପିଟାଲ କରାଯିବ ବୋଲି ଶାହ କହିଛନ୍ତି ।

ସେହିପରି ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି କରିବା ସହ ୪୮ ଘଣ୍ଟା ମଧ୍ୟରେ ଏହି ଅର୍ଥ ଚାଷୀଙ୍କ ଆକାଉଣ୍ଟକୁ ଆସିବ । ସେହିଭଳି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବୁ । ସେହିଭଳି ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ । ଓଡ଼ିଶାରେ ବିଜେପି ସରକାର ହେଲେ ମାତ୍ର ୨ ବର୍ଷ ମଧ୍ୟରେ ଦେଢ ଲକ୍ଷ ଯୁବକଙ୍କୁ ଚାକିରି ଦେବୁ ବୋଲି କହିଛନ୍ତି ଶାହା ।

Leave A Reply

Your email address will not be published.