Latest Odisha News

BREAKING NEWS

ଦୁନିଆର ସବୁଠୁ ଦାମୀ ଚା’, ଭାରତରେ ମଧ୍ୟ ଉତ୍ପନ୍ନ ହୁଏ ଏହି ଚା’

ନୂଆଦିଲ୍ଲୀ: ଚା’ କେବଳ ଏକ ପାନୀୟ ନୁହେଁ। ଏହା ଜଡିତ ଥାଏ ଅନେକଙ୍କ ଭାବନା ସହିତ। ଖାସ କରି ଭାରତରେ ସକାଳ ଆରମ୍ଭ ହୁଏ ଏଇ କପେ ଚା’ ରୁ ଆଉ ସନ୍ଧ୍ୟା ଶେଷ ହୁଏ ଏଇ କପେ ଚା’ ରୁ। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ବିନା ଚା’ ରେ ରହି ପାରିବେନି। ଯେଉଁମାନଙ୍କ ମଧ୍ୟରେ ହୁଏତ ଆପଣ ବି ଥାଇ ପାରନ୍ତି। ଆପଣ ପିଉ ଥିବା ଚା’ ର ଦାମ୍ ଏମିତି କେତେ ହୋଇଥିବ? ୫ କିମ୍ୱା ୧୫ ଟଙ୍କା। କିନ୍ତୁ ଆପଣ କଣ ଜାଣିଛନ୍ତି କି, ଦୁନିଆରେ ଏମିତି ଚା’ ଅଛି ଯାହାର ଦାମ୍ ରହିଛି କୋଟିଏ ଟଙ୍କାରୁ ଅଧିକ। ହୁଏତ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। କାରଣ ସେତିକି ଟଙ୍କାରେ ଜଣେ ଘର କିଣି ପାରିବ ଆଉ କାର ମଧ୍ୟ।ତେବେ ଆଜି ଆସନ୍ତୁ ଜାଣିବା ଦୁନିଆର ମହଙ୍ଗା ଚା’ ବିଷୟରେ।

ଚାଇନାରେ ମିଳୁଥିବା ଡା-ହଙ୍ଗ୍ ପାଓ ଟି ଦୁନିଆର ସବୁଠୁ ଦାମୀ ଚା’ ପତି ଭାବେ ପରିଚିତ।  ଏହି ଚା’ ପତ୍ର କେବଳ ଚାଇନାର ଫୁଜିଆନର ୱୁଇସେନ୍ ଅଞ୍ଚଳରେ ମିଳିଥାଏ । ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ। କୁହାଯାଏ ଯେ ଏହି ଚା’ ପିଇଲେ ଅନେକ ଗୁରୁତର ରୋଗ ଭଲ ହୋଇଯାଏ । ଚା’ ପତିର ମୂଲ୍ୟ ହେଉଛି କିଲୋଗ୍ରାମ ପ୍ରତି ୯ କୋଟି ଟଙ୍କା । ଯାହାକି ବିଳାପୂର୍ଣ୍ଣ ବଙ୍ଗଳାର ଦାମ୍ ସହ ସମାନ। ଡା-ହଙ୍ଗ୍ ପାଓ ଚା’ ପତ୍ରଗୁଡିକ ଅଳ୍ପ ପରିମାଣରେ ଉତ୍ପାଦିତ ହୁଏ । ଏହି କ୍ଷେତ୍ରରେ ଏହାର ତାଜା ପତ୍ର ବହୁତ ମହଙ୍ଗା ହୋଇଥାଏ। ଅନେକ ସ୍ଥାନରେ ଲୋକମାନେ ଏହି ପତ୍ରର ୧୦ ଗ୍ରାମ ପାଇଁ ୧୦ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏହି ପତ୍ର କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଗଛରୁ ଚୟନ କରାଯାଇଥାଏ।  ଏହାକୁ ସାଧାରଣ ଚା’ ଗଛ ପରି ଚାଷ କରାଯାଏ ନାହିଁ । ଏହାର ପତ୍ର ବିକି ଚୀନ ନାଗରିକମାନେ ଭଲ ଲାଭ କରୁଛନ୍ତି।

ଚା ମାମଲାରେ ଭାରତ ମଧ୍ୟ ପଛରେ ନାହିଁ, ଏଠାରେ ମଧ୍ୟ ଦୁନିଆର ଦାମୀ ଚା ଉତ୍ପନ ହୋଇଥାଏ l ଦୁନିଆର ଚତୁର୍ଥ ଦାମୀ ଚା ଉତ୍ପନ ହେଉଥିବା ଦେଶ ହେଉଛି ଭାରତ, ଏହି ଦାମୀ ଚାର ନାମ ହେଉଛି ସିଲଭର ଟିପ୍ସ ଇମ୍ପିରିଆଲ ଟି l ଏହି ସିଲଭର ଟିପ୍ସ ଇମ୍ପେରିଆଲ୍ ଚା’ ମଧ୍ୟ ଖୁବ୍ ମାହାଙ୍ଗା। ଏହାର ବିଶେଷ କଥା ହେଉଛି କେବଳ ପୂର୍ଣ୍ଣିମା ରାତିରେ ଏହି ଚା’ ପତ୍ର କଟାଯାଏ। ତାହା ପୁଣି କେବଳ ବିଶେଷଜ୍ଞଙ୍କ ଦ୍ଵାରା। ଏହା ଦାର୍ଜିଲିଂର ପାହାଡ ଉପରେ ଥିବା ମାକାବାରି ଚା’ ଇଷ୍ଟେଟରେ ଅମଳ ହୋଇଥିବା ଏକ ପ୍ରକାର ଓଲଙ୍ଗ ଚା’। ଏହା ହେଉଛି ଭାରତର ସବୁଠାରୁ ମହଙ୍ଗା ଚା’, ଯାହା ୨୦୧୪ ରେ ନିଲାମ ସମୟରେ କିଲୋଗ୍ରାମ ପିଛା ୧,୮୫୦ ଡଲାର ଅର୍ଥାତ୍ ୧ ଲକ୍ଷ ୫୦ ହଜାର ୭୨୪ ଟଙ୍କାରେ ବିକ୍ରି ହୋଇଥିଲା।

Comments are closed.