Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ହାତୀ ଗଣନା ଆରମ୍ଭ, ଗଛରେ ୧୧୩୬ଟି ମଞ୍ଚା ପ୍ରସ୍ତୁତ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ହାତୀ ଗଣନା। ଏଥିପାଇଁ ଜଙ୍ଗଲ ବିଭାଗ ସମସ୍ତ ପ୍ରସ୍ତୁତି ଚଳାଇଛି। ଏହି ଗଣନା ୨୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ଧରି ଚାଲିବ। ହାତୀ ଗଣନା ପାଇଁ ଏକ ଟିମ୍ ନିୟୋଜିତ ହୋଇଛନ୍ତି। ସେମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ଗଛ ଉପରେ ମଞ୍ଚା ପ୍ରସ୍ତୁତ କରାଯାଇଛି। ରାଜ୍ୟର ୫୧ଟି ଡିଭିଜନ ମଧ୍ୟରୁ ୪୬ଟି ଡିଭିଜନରେ ହାତୀ ଚଳପ୍ରଚଳ ରହିଛି। ତେବେ ୨୪ ଘଣ୍ଟା ଯାକ ଅର୍ଥାତ୍ ଦିନ ହେଉ ବା ରାତି ସବୁ ବେଳେ ହାତୀ ଗଣନା କରାଯିବ।

୫ଟି ଜିଲ୍ଲା ତଥା ମାଲକାନଗିରି, କୋରାପୁଟ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ହାତୀଙ୍କ ଚଳପ୍ରଚଳ ନାହିଁ। ତେଣୁ ଏହି ଜିଲ୍ଲୀ ବ୍ୟତୀତ ଅନ୍ୟ ସମସ୍ତ ୨୫ଟି ଜିଲ୍ଲାରେ ହାତୀର ଉପସ୍ଥିତି ରହିଛନ୍ତି। ୪୬ଟି ଡିଭିଜନର ଜଙ୍ଗଲମାନଙ୍କରେ ୧୧୩୬ଟି ମଞ୍ଚା ପ୍ରସ୍ତୁତ ହୋଇଛି। ଏହା ବାଦ୍ ଜଙ୍ଗଲମାନଙ୍କରେ ଥିବା ୱାଚ୍ ଟାୱାରରେ ବସି ଗଣନା କରାଯିବ। ଏଥିପାଇଁ ବନ କର୍ମଚାରୀଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆଯାଇଛି। ଆଜି ସକାଳ ୬ଟାରୁ ହାତୀ ଗଣନା ଆରମ୍ଭ ହୋଇଛି। ଏହି ଗଣନା ୩ ଦିନ ଧରି ଚାଲିବ। ପରେ ବିଭିନ୍ନ ରେଞ୍ଜ ଓ ସର୍କଲମାନଙ୍କରୁ ଆସିଥିବା ରିପୋର୍ଟ ତର୍ଜମା କରାଯାଇ ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇବ।

ଗଣନାରେ ପ୍ରଥମଥର ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି। ରାଜ୍ୟରେ ପ୍ରତି ୨ ବର୍ଷରେ ଥରେ ହାତୀ ଗଣନା ହୁଏ। କିନ୍ତୁ ଗତ ୭ ବର୍ଷ ହେଲା ହାତୀ ଗଣନା ହୋଇ ନଥିଲା। ଶେଷଥର ଲାଗି ୨୦୧୭ରେ ରାଜ୍ୟରେ ହାତୀ ଗଣନା ହୋଇଥିଲା। ସେତେବେଳେ ରାଜ୍ୟରେ ସମୁଦାୟ ହାତୀ ସଂଖ୍ୟା ୧୯୭୬ ଥିଲା। ସୂଚନା ଥାଉକି ସୂଚନା ଅନୁଯାୟୀ, ରାଜ୍ୟରେ କଲରାପତରିଆ ବାଘ ଗଣନା ଚାଲିଛି । ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘଙ୍କ ଗଣନା କରାଯାଉଛି । କଲରାପତରିଆ ବାଘ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ଏହି ଗଣନା ୪୦ ଦିନ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.