Latest Odisha News

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖାଦାନ, ଚାଲିଗଲା ୧୦ ଜୀବନ

ଆଇଜଲ୍: ବାତ୍ୟା ରେମାଲ ପ୍ରଭାବରେ ଦେଶର ଅନେକ ସ୍ଥାନରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହେବା ସହ ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ଏହାର ପ୍ରଭାବରେ ମିଜୋରାମରେ ଘଟିଛି ବଡ ଦୁର୍ଘଟଣା । ମିଜୋରାମର ଆଇଜଲ୍ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଭୁଶୁଡିଗଲା ପଥର ଖାଦାନ । ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବ ବେଳେ ଅନେକ ଜଣ ଗୁରୁତର ଆହତ ହୋଇଛନ୍ତି ।  ଏହା ପରେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା ସହିତ ଖଣି ତଲେ ଅନେକ ଚାପ ହୋଇରହିଥିବାର ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ବାତ୍ୟା ରେମାଲ ପ୍ରଭାବରେ ମିଜୋରାମରେ ପ୍ରବଳ କର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି ଦେଖାଦେଇଛି । ଜାତୀୟ ରାଜପଥ ନଂ ୬ ରେ ମଧ୍ୟ ଭୂସ୍ଖଳନ କାରଣରୁ ଜଳବନ୍ଦୀ ହୋଇ ରହିଛି । ଏହା ସହ ଯୋଗାଯୋଗ ଏବଂ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଯେଉଁ କାରଣରୁ ରାଜ୍ୟରେ ସ୍କୁଲ ଗୁଡିକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ସେପଟେ ଭୂସ୍ଖଳନ ଯୋଗୁଁ ଅନେକ ଘର ମଧ୍ୟ ଭୁସୁଡି ପଡିଛି ।

Comments are closed.