Latest Odisha News

BREAKING NEWS

ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି, ୯ ମହିଳା ପୋଲିସ ଆହତ

ଭୁବନେଶ୍ବର: ଭୁବନେଶ୍ବରରେ ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି । ନିର୍ବାଚନୀ ଡ୍ୟୁଟି ପାଇଁ କେନ୍ଦ୍ରାପଡା ଯାଉଥିବା ବେଳେ ପୋଲିସ ଗାଡି ସହ ପିଟି ହେଲା ବସ୍ । ଏଥିରେ ଥିବା ୯ ଜଣ ମହିଳା ପୋଲିସ୍ ଆହତ ହୋଇଛନ୍ତି । ଆହତ ମହିଳା ପୋଲିସଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଜୁନ୍ ୧ରେ କେନ୍ଦ୍ରାପଡାରେ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଡ୍ୟୁଟି ପାଇଁ କିଛି ପୋଲିସ କର୍ମଚାରୀ ଗାଡି ଯୋଗେ କେନ୍ଦ୍ରାପଡା ଯାଉଥିଲେ । ମାତ୍ର ବାଣୀବିହାର ସତସଙ୍ଗ ପାର୍କ ଆଗରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହେଇଥିଲା । ଫଳରେ ଏଥିରେ ଥିବା ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

Comments are closed.