Latest Odisha News

BREAKING NEWS

ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ପଞ୍ଜାବ ସରକାର!

ନୂଆଦିଲ୍ଲୀ: ପଞ୍ଜାବ ସରକାର ରାଜ୍ୟରେ ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭଗବନ୍ତ ମାନ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି କିନ୍ତୁ ଜାରି କରିନାହାନ୍ତି। ତେବେ ପଞ୍ଜାବରେ ଦର୍ଶକ ମାନେ ଜି ନ୍ୟୁଜ ଆସୁନଥିବା ନେଇ ଅଭିଯୋଗ କରିବା ପରେ ସଂପୃକ୍ତ ମିଡିଆ ସଂସ୍ଥା ଏହିପରି ଏକ ଖବର ପ୍ରସାରଣ କରିଛି।

ସାଧାରଣ ନିର୍ବାଚନରେ ପଞ୍ଜାବର ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ତ୍ରୁଟି ସମ୍ପର୍କରେ ଖବର ପ୍ରକାଶ କରିବା ପରେ ଆମ୍ ଆଦମୀ ପାର୍ଟି ସରକାର ଏହି ପଦକ୍ଷେପ ନେଇଛି ବୋଲି ଜି ନ୍ୟୁଜ ପକ୍ଷରୁ କୁହାଯାଇଛି।

ପଞ୍ଜାବ ସରକାର ରାଜ୍ୟରେ ଜି ମିଡିଆର ସମସ୍ତ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହିନ୍ଦୀ, ଇଂରାଜୀ, ପଞ୍ଜାବୀ ସମେତ ଅନେକ ଆଞ୍ଚଳିକ ଭାଷାରେ ଜି ମିଡିଆର ଚ୍ୟାନେଲ ରହିଛି, ଯାହାର ଲକ୍ଷ ଲକ୍ଷ ଦର୍ଶକ ଅଛନ୍ତି ।

Comments are closed.