Latest Odisha News

BREAKING NEWS

ବ୍ଲାକମେଲ କରି ଗିରଫ ହେଲେ ୟୁଟ୍ୟୁବର

ଭୁବନେଶ୍ବର: ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ । ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି କରୁଥିଲେ ବ୍ଲାକମେଲ୍ ।

ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ଆଧାରରେ  ଗିରଫ କରିଛି ପୋଲିସ । ଅଭିଯୋଗ ଅନୂଯାୟୀ, ଚନ୍ଦନ  ଦୀର୍ଘଦିନ ଧରି ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କର କିଛି ଅନ୍ତରଙ୍ଗ ଭିଡିଓକୁ ଚନ୍ଦନ ରେକର୍ଡିଂ କରି ରଖିଥିଲେ ।

ପରେ ପ୍ରେମିକା ଅନ୍ୟକୁ ବିବାହ କରିବା ପରେ ତାଙ୍କ ସ୍ବାମିଙ୍କୁ ଭିଡିଓ ଦେଖାଇଦେବ କହି ବ୍ଲାକମେଲ କରୁଥିଲେ ଚନ୍ଦନ । ଏନେଇ ପ୍ରେମିକା ମହିଳା ଥାନାରେ ଏତଲା ଦେବା ପରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା  । ପରେ ମହିଳା ଥାନା ପୋଲିସ ଚନ୍ଦନ କରଙ୍କୁ ଗିରଫ କରିଛି ।

Comments are closed.