Latest Odisha News

BREAKING NEWS

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ,ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେଲା ଟ୍ରାକ୍‌ କାମ

ବଲାଙ୍ଗୀର: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା । ଫଳରେ  ୪ଟି ବଗି ଲାଇନଚ୍ୟୁତ ହୋଇଥିଲା ।

ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍‌ କାମ ଶେଷ ହୋଇଛି । ଘଟଣାସ୍ଥଳରେ ସମ୍ବଲପୁର ଡିଆରଏମ୍‌ଙ୍କ ସହ ବରିଷ୍ଠ କର୍ମଚାରୀ ଉପସ୍ଥିତ ରହିଥିଲେ ।

ବର୍ତମାନ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି । ବଗି ଲାଇନଚ୍ୟୁତ ପରେ ୨ଟି ଏକ୍ସପ୍ରେସକୁ ବାତିଲ କରାଯାଇଛି । ରାୟପୁର-ଟିଟିଲାଗଡ଼, ଜୁନାଗଡ଼ ରୋଡ୍‌-ରାୟପୁର ଏକ୍ସପ୍ରେସ ବାତିଲ ହୋଇଛି ।

Comments are closed.