Latest Odisha News

ରାଜ୍ୟରେ ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ। ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ । ଏହାରି ଭିତରେ ଜଗତସିଂହପୁର ୮.୫୪% ଭୋଟିଂ ଗ୍ରହଣ କରି ସବୁଠୁ ଆଗରେ ରହିଛି । ସେହିପରି ବାଲେଶ୍ବରରେ ୭.୪୬%, ଭଦ୍ରକ ୭.୭୯%, ଯାଜପୁର ୭.୭୪% , ଓ କେନ୍ଦ୍ରାପଡ଼ାରେ ୭.୨୭ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି ।

ଓଡ଼ିଶାରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ । ୬ଟି ଲୋକସଭା  ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

ମଇଦାନରେ ରହିଛନ୍ତି ବହୁ ହେଭିୱେଟ ନେତା । ସେମାନେ ଆଜି କରୁଛନ୍ତି ନିଜର ଭାଗ୍ୟ ପରୀକ୍ଷା  । ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୩୯୪ ଜଣ ପ୍ରାର୍ଥୀ ୪୨ ବିଧାନସଭା ଆସନରେ ଲଢୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ବୁଥ୍ କରାଯାଇଛି।

Comments are closed.